ପଞ୍ଚ ଗାଁ କୋଠର କାର୍ଯ୍ୟକାରିଣୀ ବୈଠକ
ସାକ୍ଷୀଗୋପାଳ ----ପଞ୍ଚଗାଁ ଲକ୍ଷ୍ମୀନାରାୟଣ ସୁରକ୍ଷା କମିଟି ର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଠାକୁର ଙ୍କ ବିଜେସ୍ଥଳୀ କବିରାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ସଭାପତି ବୀରେନ୍ଦ୍ର ଭୂଷଣ ହୋତା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସତ୍ୟବାଦୀର ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସୁନିଲ କୁମାର ପଣ୍ଡା ଅତିଥି ଭାବରେ ଯୋଗଦେଇ ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହ ସମାଜରେ ଉତ୍ତମ ସହାବସ୍ଥାନ ଏବଂ ଶାନ୍ତିପୂର୍ଣ୍ଣ ଶୃଙ୍ଖଳିତ ଜୀବନଯାପନ ପାଇଁ ଏହି ସୁରକ୍ଷା କମିଟି ର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ନଟବର ଆଚାର୍ଯ୍ୟ ଫନୀ ମହାବାତ୍ୟାରେ ଠାକୁରଙ୍କ ମନ୍ଦିର ଓ ପଞ୍ଚଗାଁ କୋଠର କ୍ଷୟ କ୍ଷତି ହୋଇଥିବା ଅସୁବିଧା ବିଧାୟକଙ୍କ ଦର୍ଶାଇଥିଲେ। ଯାହାର ନିରାକରଣ ଜରୁରୀ ବୋଲି ସମସ୍ତେ ମତ ରଖିଥିଲେ। ବୈଠକ ର ଆବାହକ କାର୍ଯ୍ୟକାରୀ ସଭାପତି ଅତିଥିବର୍ଗଙ୍କୁ ସ୍ବାଗତ କରିଥିଲେ ଓ ବରିଷ୍ଠ ସଦସ୍ୟ ଶ୍ରୀ ଜଗନ୍ନାଥ ପାଣି ଧନ୍ୟବାଦ ଦେଇଥିଲେ ।ଶେଷରେ ୱାର୍ଡ ସଭ୍ୟ ବିଟୁ ହୋତା, କମିଟି ସଭ୍ୟମାନେ ପ୍ରସାଦ ପରିବେଷଣ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୮/୨୦୨୩Sakhigopal News,8/8/2023



