ads

Breaking News

ସତ୍ୟବାଦୀ ବ୍ଳକରେ ୧୦୯୩ ଜଣଙ୍କୁ ନୂତନ ଭର୍ତ୍ତା ବଣ୍ଟନ

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ପରିସରରେ ନୂତନ କରି ୧୦୯୩ ଜଣଙ୍କୁ ମଧୁବାବାୁ ପେନସନ ଯୋଜନାରେ ନୂତନ ଭର୍ତ୍ତା ବଣ୍ଟନ କରାଯାଇଛି ।  ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ , ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ ମୁଖ୍ୟମନ୍ତ୍ରୀ  ୬୦ ବର୍ଷରୁ ଅଧିକ ହୋଇଥିବା ଜଣେ ବି ବ୍ୟକ୍ତି ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ୧୦୯୩ ଜଣଙ୍କୁ ଭର୍ତ୍ତା ପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । , ବିଡିଓ ଲୋଚନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ମୋନିକା ଦାସ ଓ ତାଙ୍କ ସହଯୋଗୀ ଶ୍ରୀଲକ୍ଷ୍ମୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୩   Sakhigopal News, 16/8/2023

ads

Blog Archive

Popular Posts