ପିଇଓ ସଂଘ ପକ୍ଷରୁ ଚାରିଦଫା ଦାବିରେ ଆନ୍ଦୋଳନ ଦୁତୀୟ ଦିନରେ
ସାକ୍ଷୀଗୋପାଳ---- ନିଖିଳ ଓଡିଶା ପିଇଓ ସଂଘର ଆହ୍ୱାନ କ୍ରମେ ସତ୍ୟବାଦୀ ବ୍ଳକର ସମସ୍ତ ପିଇଓ ମାନେ ଚାରି ଦଫା ଦାବି ନେଇ କଳାବ୍ୟାଚ ପିନ୍ଦି ବ୍ଳକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଦୁତୀୟ ଦିନରେ ଏହି ଆନ୍ଦୋଳନ ପହଞ୍ଚଛି । ସରକାର ଯଦି ଆମ ଦାବୀ ପୂରଣ ନ କରନ୍ତି ତା ହେଲେ ୧୮ ତାରିଖ ଠାରୁ ସତ୍ୟବାଦୀ ବ୍ଳକର ସମସ୍ତ ପିଇଓ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ସମୁହ ଛୁଟିରେ ରହିବେ ବୋଲି ଚେତାବନି ଦେଇଛି ସଂଘ । ଦାବୀ ମଧ୍ୟରେ ପିଇଓଙ୍କଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୂକ୍ତ ୩ ବୃଦ୍ଧି କରାଯିବା, ଚାକିରୀ ୧୦ ବର୍ଷ ପୁରଣ ହୋଇଥିଲେ ପିଇଓ ମାନଙ୍କୁ ସ୍ୱତନ୍ତ୍ର ଭାବେ ପଦୋନ୍ନତି ଦିଆଯାଉ, ମାସିକ ଦରମା ୨୧.୭୦୦ରୁ ୩୫.୪୦୦ ବୃଦ୍ଧିକରିବା, ପିଇଓ ମାନଙ୍କୁ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀକୁ ପଦୋନ୍ନତୀ ଦିଆଯିବା ପାଇଁ ଦାବୀ ରହିଛି । ସତ୍ୟବାଦୀ ବ୍ଳକ ପିଇଓ ସଂଘର ସଭାପତି ବିଜୟ କୁମାର ନାୟକ, ଉପସଭାପତି ନବିନ କୁମାର ସାହୁ, ସମ୍ପାଦକ ମୃତଞ୍ଜୟ ସାହୁ, କୋଷାଧ୍ୟକ୍ଷ ବିଜୟ କୁମାର ବେହେରାଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ଦାଶ ସାରଙ୍ଗଧର ସ୍ୱାଇଁ, ହେମନ୍ତ କୁମାର ତ୍ରିପାଠୀ, ରକ୍ରଧର ପାଇକରାୟ, ଫକିର ମହାରଣା, ସତ୍ୟନାରାୟଣ ସେଠୀ, ମୋନାଲିସା ରାୟ, ସୁଷମା ମଲ୍ଲିକ, ସୁଭାସିତ ବେହରା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୮/୨୦୨୩----୭,୧୦ Sakhigopal News, 8/8/2023




