ads

Breaking News

ନୟାଗଡ, ଖଳିସାହି,ଆଡ଼କଟାପୂର୍ତ୍ତ ବିଭାଗ ରାସ୍ଥାରେ ଶୁଖିଲା ଆମ୍ବ ଗଛ ବିପଦପୂର୍ଣ୍ଣ ଅବସ୍ଥାରେ ଠିଆ ହୋଇଛି ବିଭାଗୀୟ ଅଧିକାରୀ ସବୁ ଦେଖି ନିରବ


 
ନୟାଗଡ--- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ,ଖଳିସାହିଠାରୁ,ଆଡ଼କଟାଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା।ଏହି ରାସ୍ତା ଉପରେ ଶୁଖିଲା ଆମ୍ବ ଗଛ ବିପଦ ସଙ୍କେତ ଭାବେ ଠିଆ ହୋଇଛି।ଏହି ଆମ୍ବ ଗଛ ବହୁ ବର୍ଷ ର ପୁରୁଣା ଗଛ ହୋଇଥିବା ବେଳେ ଏହା ଏବେ ସୁଖୀ ଠିଆହୋଇ ରହିଛି ରାସ୍ଥା ପାଶ୍ୱରେ।। ପଥଚାରି ହୁଅନ୍ତୁ କିମ୍ବା କୌଣସି ଗାଡି ମୋଟର ହେଉ,ଯିବା ଆସିବା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।ଦୈନିକ ଏହି ରାସ୍ତାରେ ବସ ଠାରୁ ଆରମ୍ଭ କରି ସହ ସହ ଗାଡି ମୋଟର ଯାଇ ଥାଏ।ଏହି ରାସ୍ତାର ଅଁଳାପଟାରୁ ଗୁରିଆବାରି ଆସିବା ବେଳେ ଓ ଅଁଳା ପଟାଗାଁରାସ୍ତା ପାଶ୍ୱରେ ଏବଂ କିଆଝର ଗାଁ ଛକରେ ଶୁଖିଲା ଆମ୍ବ ଗଛ ଠିଆ ହୋଇ ରହିଛି। ରାସ୍ଥା ପାଶ୍ୱରେ ପ୍ରାୟ15ରୁ ଉର୍ଦ୍ଧ୍ବ ଆମ୍ବଗଛ ସୁଖୀ ରହିଛି।ବିଭାଗୀୟ ଅଧିକାରୀ ଏହି ଗଛ ସମ୍ପର୍କରେ ସବୁ ଜାଣି ମଧ୍ୟ ନ ଜାଣିଲା ପରି ରହୁଥିବାରୁ ଏହା ଏବେ ଲୋକଙ୍କ ପାଇଁ କାଳ ସଦୁର୍ତ୍ସ ହୋଇଛି।କେତେବେଳେ କାହା ଉପରେ ଏହି ଗଛ ବିପଦ ସଙ୍କେତ ହେବ ଏହା ସମୟ ହିଁ କହିବ।ବେଳ ହୁଁ ସାଵଧାନ ନହେଲେ ଅଯଥାରେ ଲୋକଙ୍କ ମୂଲ୍ୟବାନ ଜୀବନ ହାନିହେବ।ଆମ ପ୍ରତିନିଧି ଏହି ଘଟଣା ଦିଗରେ ବିଭାଗୀୟ ଅଧିକାରୀ ଙ୍କୁ ଅଵଗତ କରିଥିଲେ ମଧ୍ୟ କୌଣସି ପଦେକ୍ଷପ ନିଆଯାଇ ନାହିଁ।ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଶୁଖିଲା ଆମ୍ବ ଗଛ ଦିଗରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୪/୭/୨୦୨୩---୮,୧୦ Sakhigopal News,4/7/2023

ads

Blog Archive

Popular Posts