ads

Breaking News

କାଳ ବୈଶାଖୀ ଯୋଗୁ ବଜ୍ରପାତ; ତିନି ମୃତ୍ୟୁ




ନୟାଗଡ଼,: କାଳ ବୈଶାଖୀ ପ୍ରଭାବରେ  ବଜ୍ରପାତରେ ଚାଲିଯାଇଛି ୩ ଜଣଙ୍କ ଜୀବନ । ନୟାଗଡ଼ ଜିଲ୍ଲାର  ଜାକେଡା ଗ୍ରାମର ପଦ୍ମା ପ୍ରଧାନ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି । ସେହିପରି ଭାବେ ମହୁଲିଆ ଗ୍ରାମ ର କୈଳାସ ଦୋରା ଙ୍କ ପୁଅ ଜିତେନ୍ଦ୍ର ଦୋରା ମାମୁଁ ଘରକୁ ଯାଉଥିବା ବେଳେ  ବାଟରେ ଆମ୍ବ ଗୋଟାଉଥିଲେ। ଏହି ସମୟରେ ବଜ୍ରପାତ ଘଟିଥିଲା। ତାଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ଗୋଡିପଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଉଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ପର ମୁହୂର୍ତ୍ତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୩ ଗୋଟିଯାକ ମୃତ ଦେହ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
[କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୯/୫/୨୦୨୩----୭,୪୫ Sakhigopal News,9/5/2023

ads

Blog Archive