ads

Breaking News

ମନରେଗା ପୋଖରୀ ନ ଖୋଳି ଵିଲ ପାଇଁ ଚାଲିଛି ଯୋଜନା




ଖଣ୍ଡପଡ଼ା-----ସରକାର  ଗ୍ରାମାଞ୍ଚଳରେ  ଲୋକଙ୍କ ପାଇଁ ବିଭିନ୍ନ ଜନ ହିତକାରୀ ଯୋଜନା ପ୍ରଣୟନ କରୁଛନ୍ତି। ତେବେ ସେଥି ମଧ୍ୟରୁ ଗ୍ରାମାଞ୍ଚଳରେ  ବାସ କରୁଥିବା  ଲୋକମାନେ କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ନଯିବା ପାଇଁ କରିଛନ୍ତି  ପଞ୍ଚାୟତ ସ୍ତରରେ ମନେରେଗା ଯୋଜନା। ଲୋକମାନେ ପଞ୍ଜିକରଣ କରି ପାଇଛନ୍ତି  100ଦିନର କାମ ପାଇଁ ଜବ କାର୍ଡ। ତେବେ ପଞ୍ଚାୟତ ସ୍ତରରେ ଏହା ଲୋକମାନେ କାମ ନ କରି ମେସିନ କରୁଛି ଲୋକଙ୍କ କାମ । କେବଳ ଵିଲ ହେଉଛି ଜବ କାର୍ଡ ଧାରୀଙ୍କ ନାମରେ । ଲୋକ କାମ କରୁଥିବାର ଦର୍ଶା ଯାଉଛି ବ୍ଲକକୁ ଯାଉଥିବା ମଷ୍ଟର ରୋଲରେ।  କିନ୍ତୁ ବଡ ଆଶ୍ଚର୍ଯ୍ୟ କଥା କାମ ନ ହୋଇ ମଧ୍ୟ ଵିଲହେବା ଏହା ବ୍ଲକ ପ୍ରଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ  ହେଉଛି। ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ  ଅନ୍ତର୍ଗତ କିଆଝର  ମହାଦେବମନ୍ଦିର ପଛପଟରେ ଥିବା
,  ପୋଖରୀ ଖୋଳା ହୋଇନି  କିନ୍ତୁ ପୋଖରୀ ଭିତରେ ପାଣି ଉବୁଟୁବୁ। ହେଲେ  ବିଲ ହେଉଛି ପୋଖରୀ।ପୋଖରୀ କାମର କୋଡ ସହ ଫଳକ ଲାଗିଛି  ପୋଖରୀ ପାଖରେ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ଟଙ୍କା ନୁହେଁ, ଏହି ଫଳକ କହୁଛି 10ଲକ୍ଷ ଟଙ୍କାର କାମ  ।ଏଥିରେ ଦର୍ଶାଇଛନ୍ତି ପଙ୍କ ଉଦ୍ଧାର। ଏଥିରେ ଜେଇଙ୍କ ଠାରୁ  ଆରମ୍ଭ କରି ଆସିଷ୍ଟାଣ୍ଟ  ଇଞ୍ଜିନିୟର, ବିଡ଼ିଓ  ପ୍ରଭୁତି  ଲାଗି ପଡିଛନ୍ତି  ବିଲ କରିବାରେ ।  ଘଟଣା ସମ୍ପର୍କରେ ଜେଇ  ଏବଂ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ସହ  ଯୋଗାଯୋଗ ପରେ  ତେବେ ଜେଇ କହିଥିଲେ ତୁମେ କେଉଁ  ସାମ୍ବାଦିକ   ପ୍ରମାଣ ଦିଅ ।  କିନ୍ତୁ  ପୋଖରୀ କାମ  ଦିଗରେ  ଏଡାଇ ଯାଇଥିଲେ  ଜେଇ ।ତେବେ ଆସିଷ୍ଟାଣ୍ଟ  ଇଂଜି ନିୟର କହିଛନ୍ତି  ମୋପାଖକୁ  ଫାଇଲି ଆସିନି ।ଏଠି ପ୍ରଶ୍ନ ହେଉଛି  ପାଣି ଥାଇ ମଷ୍ଟରରୋଲ ରେ  ବିଲ କରାଯାଉଛି  କିପରି  ।  ଏ ଦିଗରେ  ଭିଜିଲାନ୍ସ ବିଭାଗ  ପକ୍ଷରୁ ଦୃଷ୍ଟି  ଦିଆ ଯିବା ପାଇଁ ଦାବି ହୋଇଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୯/୫/୨୦୨୩----୭,୧୦ Sakhigopal News,9/5/2023

ads

Blog Archive