ଆଣ୍ଟି ଲେପର୍ସି ତେ ପାଳନ ଓ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଦ୍ବାରା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଆଣ୍ଟି ଲେପର୍ସି ତେ ପାଳିତ ହୋଇଯାଇଛି। ମେଡିକାଲ କର୍ମଚାରୀ କ୍ଷେତ୍ରମଣି ସେଠି ଓ ପ୍ରଦୀପ୍ତ କୁମାର ଚମ୍ପତି ଉପସ୍ଥିତ ରହି ଛାତ୍ର ମାନଙ୍କ ମଧ୍ୟରେ କୁଷ୍ଠ ରୋଗ ସଙ୍କ୍ରାନ୍ତିୟ ବକ୍ତୃତା ପ୍ରତିଯୋଗିତା କରାଇଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କଲେ ସୌମ ରଞ୍ଜନ ସ୍ବାଇଁ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଦେବାଶିଷ ପତ୍ରି ଓ ତିରଣ ମହାପାତ୍ର। ବକ୍ତୃତା ରେ ସଫଳତା ହାସଲ କରିଥିବା ଛାତ୍ର ମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ର ଅଧିକାରୀ ମାନେ ସିଲ୍ ଓ ସାର୍ଟିଫିକେଟ ଦେଇ ଉତ୍ସାହିତ କରିବା ସହ କୁଷ୍ଠ ରୋଗର ଲକ୍ଷଣ ଏବଂ ନିରାକରଣ ସମ୍ବନ୍ଧରେ ଉଦ୍ବୋଧନ ଦେଇଥିଲେ। କୁଷ୍ଠ ରୋଗ ବିରୁଦ୍ଧରେ ଲଢେଇ କରିବା ପାଇଁ ବାର୍ତା ଓ ଶପଥ କରାଇଥିଲେ ଉଭୟ ମେଡିକାଲ କର୍ମଚାରୀ । ମାନସ ରଞ୍ଜନ ପଟ୍ଟନାୟକ,ବସନ୍ତ କୁମାର ସ୍ବାଇଁ,ବିଶ୍ବନାଥ ସ୍ବାଇଁ,କୃଷ୍ଣପ୍ରିୟା ଦାଶ,ସୌଦାମିନୀ ନାୟକ, ବୈଜୟନ୍ତ ମିଶ୍ର ଆଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୨/୨୦୨୩---୮,୪୫ Sakhigopal News,3/2/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୨/୨୦୨୩---୮,୪୫ Sakhigopal News,3/2/2023




