ads

Breaking News

ପୂର୍ବତନ କାଉନସିଲର ସୁକାନ୍ତି ଦେବୀଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ରେ ବନ୍ଧୁ ମିଳନ.



ଭଞ୍ଜନଗର-**-- ଆଜି ସନ୍ଧ୍ୟାରେ ସ୍ଥାନୀୟ ନାୟକ ଭବନ ଠାରେ ପୂର୍ବତନ ଏନ ଏ ସି କାଉନ ସିଲର ତଥା ଭୂ ଉନ୍ନୟନ ବ୍ୟଙ୍କ ନିର୍ଦ୍ଦେଶିକା ସୁକାନ୍ତି ଦେବୀ ଙ୍କ 7ମ ଶ୍ରାଦ୍ଧ ବାର୍ଷିକୀ ରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।  ଏଥିରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ଼କ୍ଟର କମ୍ବୁପାଣି ସାମନ୍ତ। ସଂଯୋଜନା କରିଥିଲେ କବି ପ୍ରଶାନ୍ତ ମାହାନ୍ତି, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କବି ଲିଙ୍ଗରାଜ ଜେନା ଓ ଡ଼କ୍ଟର ସୁରେଶ ଚନ୍ଦ୍ର ପଣ୍ଡା। ଆରମ୍ଭରେ ଶ୍ଳୋକାବୃତି କରିଥିଲେ ପଣ୍ଡିତ ବିପ୍ର ଚରଣ ସାହୁ। ପ୍ରାରମ୍ଭିକ ଭଜନ ଗାନ କରିଥିଲେ ଶ୍ରୀମତୀ ଜ୍ୟୋଛନା ଦେବୀ। ସାମ୍ବାଦିକ ରବୀନ୍ଦ୍ର ପାତ୍ର ଶିବ ଜେନା, ବିଭୁ ପ୍ରସାଦ ଜେନା, ସର୍ବଶ୍ରୀ ଦେବରାଜ ଷଡ଼ଙ୍ଗୀ, ଆଇନଜୀବୀ ଜ୍ୟୋତିରାଜ ପତି, ହରେକୃଷ୍ଣ ସାହୁ, ନିରଞ୍ଜନ ସ୍ୱାଇଁ, ସୁଧୀର ଗୌଡ଼ ବ୍ରଜଗୋପାଳ ମହାରଣା, ଗୁଲାଜାନ ମହମ୍ମଦ, ବସନ୍ତ ପ୍ରଧାନ ପ୍ରମୁଖ ଭଦ୍ରବ୍ୟକ୍ତି. ପରିବାର ବଡ଼ ବୋହୁ ଶୁଭଶ୍ରୀ ମଝିଆ ବୋହୁ କାଜଲ ସାନ ବୋହୂ ପ୍ରିୟଙ୍କା, ନାତି ଓଁ, ଯୁଜୁ, ଚୂଲୁ,ନାତୁଣୀ ତିତିକ୍ଷା. ବଡ଼ ପୁଅ ଓକିଲ ସମୀର ମଝିଆ ସୁଧୀର ଓ ସାନ ଅସୀମ.ସହାୟିକା ଉର୍ମିଳା ଡ୍ରାଇଭର ଜଗନ୍ନାଥ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ବକ୍ତା ମାନେ ସମସ୍ୱରରେ ସୁକାନ୍ତି ଦେବୀକିପରି ସୁଗୃହିଣୀ ମାତୃ ବଚ୍ଛଳା ସାଙ୍ଗକୁ ରାଜନୀତି କ୍ଷେତ୍ରରେ ଦକ୍ଷତା ପଦର୍ଶନ କରିଥିଲେ ମତ ପ୍ରକାଶ କରିଥିଲେ । ସଭାଶେଷରେ ଆବାହକ ସୋମନାଥ ନାୟକ ନିମନ୍ତ୍ରିତ ବନ୍ଧୁ ମାନେ ଭୀଷଣ ବର୍ଷା ପାଗ ସତ୍ୱେ ଆସିଥିବାରୁ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୯/୨୦୨୨---୯,୪୦  Sakhigopal News,11/9/2022

ads

Blog Archive

Popular Posts