ads

Breaking News

ଶିବପ୍ରସାଦ ଦାସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ



ଜଟଣୀ --ସ୍ଥାନୀୟ ରେଳବାଇ ଖେଳ ପଡିଆରେ ଶିବପ୍ରସାଦ ଦାସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି । ଏହି ଖେଳରେ ରାଜ୍ୟର ଆଠ ଗୋଟି ଫୁଟବଲ ଦଳ ଭାଗ ନେଇଥିଲେ ।
ଆଜି  ଦୁଇଟି ସେମିଫାଇନାଲ ଖେଳ ଏବଂ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଫାଇନାଲରେ ମା ବାଉତି କ୍ଲବ ଅଳୁଗୁଳ ଏବଂ ୟୁଏଫଏ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଅଳୁଗୁଳ ଦଳ ଚାରି ଦୁଇ ଗୋଲରେ ବିଜୟୀ ଲାଭ କରି ଫାଇନାଲ ଖେଳିବାକୁ ବିବେଚିତ ହୋଇଥିଲା । ଦ୍ଵିତୀୟ ସେମିଫାଇନାଲ ଖେଳ ଫ୍ରେଣ୍ଡସ ପାରାଦାୟିଜ କୁସୁମାଟି ଏବଂ ନୀଳଚକ୍ର ଫୁଟବଲ କ୍ଲବ ପୁରୀ ମଧ୍ୟରେ ଏକ ଏକ ଗୋଲରେ ଅମୀମାଂଶିତ ରୂପେ ଶେଷ ହୋଉଥିଲା । ଫଳରେ  ଫେନାଲଟି ସୁଟର ନିର୍ଣ୍ଣୟ ନେଇଥିଲେ । ପେନାଲଟି ସୁଟ ଆଉଟରେ କୁସୁମାଟି ଦଳ ବିଜୟୀ ହୋଇ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଥିଲା । ଫ୍ରେଣ୍ଡସ ପାରାଦାୟିଜ ଏବଂ ମା ବାଉତି ଦଳ ମଧ୍ୟରେ  ନିର୍ଣ୍ଣାୟକ ଖେଳଟି ଅତି ଉଚ୍ଚକୋଟିର ଥିଲା । ଏହି ଖେଳର ଶେଷ ମିନିଟରେ ମା ବାଉତି କ୍ଲବର ୮ ନଂ ଖେଳାଳି ଚନ୍ଦ୍ରକାନ୍ତ ଦାସ ଗୋଟିଏ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ଫଳରେ ମା ବାଉତି କ୍ଲବ ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଥିଲା ।  ଖେଳଜୁ ପରିଚାଳନା କରିଥିଲେ ମୁଖ୍ୟ ରେଫ୍ରି ରାଜେନ୍ଦ୍ର ମହାନ୍ତି, ଆସିଷ୍ଟାଣ୍ଟ ରେଫ୍ରି ରୂପେ ଲଷ୍ମୀ ପ୍ରସାଦ ମହାନ୍ତି ଏବଂ ଆଶୁତୋଷ ପ୍ରଧାନ ଶହ ଚତୃର୍ଥ ରେଫ୍ରି ରୂପେ ଚିଣ୍ଟୁ ପଟନାୟକ।  ସହ ମ୍ୟାଚ ରେଫ୍ରି ରୂପେ ସର୍ବ ପୁରାତନ ଜାତୀୟ ରେଫ୍ରି ଡ଼ି. ଭଗବାନ ଦାସ ସହଯୋଗ କରିଥିଲେ । ଏହି ଖେଳରେ ବାପି ମହାନ୍ତି (ଜାତୀୟ ରେଫ୍ରି ), ଜିତେନ୍ଦ୍ର ମହାନ୍ତି (ଜାତୀୟ ରେଫ୍ରି ), ପୂର୍ବତନ ଫୁଟବଲ ଖେଳାଳି କାଲା ପଟ୍ଟନାୟକ ଏବଂ ସୁମନ ପଟ୍ଟନାୟକ ପ୍ରମୁଖ ଅତିଥୀ ରୂପେ ଯୋଗ ଦେଇଥିଲେ । ଡ଼. ବେଣୁଧର ଦାସ, କେଦାର ବରାଳ, ନରସିଙ୍ଘ ରାଓ, ଆନନ୍ଦ କୁମାର, ରାମରତନ ବେହେରା ଏବଂ ଅନ୍ୟମାନେ ଖେଳକୁ ପରିଚାଳନା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୯/୨୦୨୨---୯,୨୦ Sakhigopal News,11/9/2022

ads

Blog Archive

Popular Posts