ads

Breaking News

ଯାଦବ ସମାଜ ପକ୍ଷରୁ ଏକ ବନ୍ଧୁ ମିଳନ


ଭେଡେନ----  ଅତାବିରା ବ୍ଲକ ଅନ୍ତର୍ଗତ ଜାମ ଟିକରା ଗ୍ରାମ ଠାରେ ଯାଦବ ସମାଜ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବି କୁ ପୂଜାର୍ଚ୍ଚନା କରିବା ସହିତ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତାବିରା ବ୍ଲକ ଯାଦବ ସମାଜ ର ସଂପାଦକ ସୁରେନ୍ଦ୍ର କଠାର ସଭାପତିତ୍ବ କରିଥିଲେ। ଏଥିରେ କିପରି ଭାବରେ ଯାଦବ ସମାଜ ର ଶିକ୍ଷା,  ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥ ନୈତିକ ଉନ୍ନତି ହେବା ସହ ସଂଗଠନ ଏକ ହୋଇ ସମାଜରେ ଉନ୍ନତି ପାଇଁ ସଂକଲ୍ପ ନେଇଥିଲେ। ଏଥିରେ ବରିଷ୍ଠ ସଦସ୍ୟ ଟିମନ କଠାର, ଅନାମ ହଂସ, ଯଦୁ ହଂସ, ଗୁହାଲୁ କଠାର, ସପନେସ୍ଵର କଠାର, ଭୈରୋ କଠାର ଯୋଗ ଦେଇ ନିଜ ନିଜ ଅଂଚଳର ବକ୍ତବ୍ୟ ରଖି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଗଙ୍ଗାଧର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧/୯/୨୦୨୧-----୬,୫୦ 
Sakhigopal News 1/9/2021

ads

Blog Archive

Popular Posts