ads

Breaking News

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ

 
ନୟାଗଡ଼---ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ, ଆର ଏସେ,ଇଟି ଆଇ ନୟାଗଡ, ଦୂର ପରିସର ତାଲିମ କାର୍ଯ୍ୟକ୍ରମ ପକ୍ଷରୁ ଦଶ ଦିନିଆ ତାଲିମ  ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗୋଛାବାରି ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିବିର ଅନୁଷ୍ଠିତ କରାଯାଇଥିଲା । ଗାଁର ସାତୋଟି ମହିଳା ଗ୍ରୁପର25ଜଣ ମହିଳା ଛତୁ ଚାଷ ସମ୍ପର୍କରେ ତାଲିମ ନେଇଥିଲେ । ଆର,ଏସ ଇ,ଟି ଆଇ, ପକ୍ଷରୁଏହା ଗତ21ତାରିଖରୁ ଆରମ୍ଭ ହୋଇ ତିରିଶ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ତାଲିମର ମୁଖ୍ୟ ଉଦ୍ଦେଶ୍ୟ ମହିଳା ମାନେ କିପରି ଭାବେ ଛତୁ ଚାଷ କରି ନିଜେ ରୋଜଗାର କ୍ଷମ ହୋଇ ପାରିବେ। ଏହି ଲକ୍ଷରେ ତାଲିମ ପ୍ରଦାନ କରାଯାଇ ଥିଲା ବୋଲି ଆର,ଏସ ଇ ଟିଆଇ ର ନିର୍ଦେଶକ ମନୋଜ କୁମାର ସ୍ୱାଇଁ, ଅମିତି ରଞ୍ଜନ ସାହୁ କହିଥିଲେ ।କାର୍ଯ୍ୟକ୍ରମ ପରିଚାଳକ ପ୍ରସନ୍ନ ନାୟକ, ଛତୁ ଏକ୍ସପୋର୍ଟ ରଂଞ୍ଜିତା ମ୍ଯାଡମ, ଖଣ୍ଡପଡ଼ା ବ୍ଲକ ର ପ୍ରମୁଖ ଯୋଗ ଦେଇ ଦୀର୍ଘଦିନ ଧରି ମହିଳା ମାନଙ୍କୁ ଛତୁ ଚାଷର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଛତୁ ଚାଷ ତାଲିମ ନେଇଥିବା ମହିଳା ମାନେ ୩୦ତାରିଖ ଦିନ ନୟାଗଡ ମୁଖ୍ୟତାଲିମ ପ୍ରଦାନ କେନ୍ଦ୍ର ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ପରିସରରେ, ସଫଳ ପ୍ରଦାନ ହୋଇଥିବା ମହିଳା ମାନଙ୍କୁ ପରୀକ୍ଷା କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା। ମହିଳା ମାନେ ଏହି ତାଲିମ ପ୍ରଦାନ ପାଇଥିବାରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ କୁ ଧନ୍ୟବାଦ ଜଣାଇଛନ୍ତି । ନୟାଗଡ଼ ରୁ ନିରଞ୍ଜନ ଦାସ,୧/୧୦/୨୦୨୧---୬,୨୦  Sakhigopal News,1/10/2021

ads

Blog Archive

Popular Posts