ads

Breaking News

ବାରହା ଆକ୍ରମଣରେ ବୁଦ୍ଧ ଗୁରୁତର

 
 ଭଞ୍ଜନଗର--- କେନ୍ଦ୍ରିୟ ବନାଞ୍ଚଳ ଲାଠିପଡା ସେକସନର ନୂଆଁଗା ବିଟ୍ ଥିବା ପାଲକାଟ ଗ୍ରାମର ଯୋଗୀ ଭୂୟାଁ ବାରହା ଆକ୍ରମଣରେ ଗୁରୁତର ।ଖବର ନେବାରେ ଯୋଗୀ ସକାଳୁ ବିଲକୁ କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍ ବାରହାଟି ଆସି ଗୈାଡକୁ କାମୁଡିବା ପରେ ଯୋଗୀ ତଳେ ପଡିବା ଫଳରେ ବାରହାଟି ଯୋଗୀର ବିଭିନ୍ନ ସ୍ଥାନକୁ କାମୁଡି ଦେବାରୁ ରକ୍ତାକ୍ତ  ହୋଇପଡିଥିଲେ । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଗାଡି ଯୋଗୋ ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଭଞ୍ଜନଗର ଡାକ୍ତରଖାନାରେ ବନାଞ୍ଚଳ ଅଧିକାରୀ କୁମର ବେହେରା, ବନପାଳ ଅମ୍ରିତା ଜେନା ଓ ବନରକ୍ଷୀ ପି ମୋହନ ପହଞ୍ଜି ଚିକିତ୍ସା ରେ ସହଯୋଗ କରିଥିଲେ। ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା କହିବାନୁଯାଇ ସରକାରଙ୍କ ନିୟମ ଅନୁଯାଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୯/୨୦୨୧---- ୭,୦୦

ads

Blog Archive

Popular Posts