ads

Breaking News

ଗାଁ ମୁହଁ ଜମି ରହିଛି ବର୍ଷାଜଳ, ଅଭିଯୋଗ ପରେ ମଧ୍ଯ ପ୍ରଶାସନ ନୀରବଦ୍ରଷ୍ଟା


ଓଡ଼ଗାଁ:-- ଓଡ଼ଗାଁ ବ୍ଳକ ଭାଡିକିଳା ପଞ୍ଚାୟତ ଅନ୍ତର୍ଗତ ରଗଡ଼ିମଡା ଗାଁ ମୁଖ୍ଯ ରାସ୍ତା ମୁହଁ ରେ ଅଟକି ରହିଛି ବର୍ଷାଜଳ। କିନ୍ତୁ ଅଭିଯୋଗ ପରେ ମଧ୍ଯ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। 
       ଲୋକଙ୍କ ଅଭିଯୋଗ ଅନୁସାରେ, ରଗଡ଼ିମଡା ଗାଁ ମୁହଁ ଦେଇ ଯାଉଥିବା ବର୍ଷାଜଳ ଯେତେବେଳେ ନିଷ୍କାସିତ ହେଉଥିଲା । ବର୍ଷାଜଳ ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିଗତ ଜାଗା ଦେଇ ଯିବାରୁ ସେ ଉକ୍ତ ରାସ୍ତାକୁ ଅବରୋଧ କରିଦେଲେ। ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ବର୍ଷାଜଳ ନିଷ୍କାସିତ ହୋଇନପାରି ଗାଁ ମୁହଁରେ ଜମି ରହିଲା। ଏହି ରାସ୍ତା ରଗଡ଼ିମଡା ଗାଁ ଭିତରକୁ ଯିବାର ମୁଖ୍ଯ ରାସ୍ତା ହୋଇଥିବାରୁ ଗାଁ ଭିତରକୁ ଯିବା ପାଇଁ ଲୋକେ ଗମନାଗମନ ଯନ୍ତ୍ରଣା ଭୋଗକଲେ।ପରେ ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ନିଜ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। 
              ଏ ନେଇ ସ୍ଥାନୀୟ   ବାସିନ୍ଦା ମାନେ ପାଣି ଜମି ରହିବା  ଏବଂ ରାସ୍ତା ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ପାଇଁ  ବ୍ଳକ ପ୍ରଶାସନ ଅଧିକାରୀ ଙ୍କ ସହ ଜିଲ୍ଲାପାଳଙ୍କୁ ମଧ୍ଯ ଏ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଧା, ବର୍ତ୍ତମାନ ସୁଧା ଏ ସମସ୍ୟାର ସମାଧାନ ହୋଇ ପାରିନାହିଁ ବେଲି ସେମାନେ ଅଭିଯୋଗ କରିଛନ୍ତି ।  ଏବଂ ଚେତାବନୀ ଦେଇଛନ୍ତି ଯେ, ଯଦି ଆଗାମୀ ଦିନରେ ଉକ୍ତ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ର ସୁବନ୍ଦୋବସ୍ତ ସହିତ ଡ୍ରେନେଜ ବ୍ୟବସ୍ଥା ନ ହୁଏ ସେମାନେ ବାଧ୍ଯହୋଇ ବ୍ଳକ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବେ। 
            

ଓଡ଼ଗାଁରୁ :- ଦିଲ୍ଲୀପ୍ କୁମାର ବିଶୋଇଙ୍କ ରିପୋର୍ଟ 
୨୭/୯/୨୧----୧୧,୪୦ 
Sakhigopal News,27/9/2021

ads

Blog Archive

Popular Posts