ads

Breaking News

କୋଭିଡ ଟିକା ନେବା ପରେ ମହିଳାଙ୍କର ମୃତ୍ୟୁ ଅଭିଯୋଗ ; ମେଡିକାଲ ରେ ସମ୍ପର୍କୀୟ ଙ୍କ ଉତ୍ତେଜନା



ଓଡଗାଁ:-- ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହଡ଼ପିଠା ଗ୍ରାମର ଶାନ୍ତି ନାୟକ (୨୦) ଙ୍କ କୋଭିଡ ଟିକା ନେବା ପରେ ମୃତ୍ୟୁ ହେଇଥିବା ନେଇ ଅଭିଯୋଗ କରି ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମ୍ପର୍କୀୟଙ୍କ ଉତ୍ତେଜନା ପ୍ରକାଶ ପାଇଛି । ସୋମବାର ଦିନ ପ୍ରାୟ ୧୦.୩୦ସମୟରେ ଶାନ୍ତି ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଟିକା ନେଇ ନିଜ ଘରକୁ ଫେରିଥିଲେ। କିନ୍ତୁ ଟିକା ନେଇ ଘରେ ପହଞ୍ଚିବା ର କିଛି ମୂହୁର୍ତ୍ତ ପରେ ଶାନ୍ତି ଙ୍କୁ ଜ୍ୱର ଆସିଥିଲା। ଟିକା ନେବା ପରେ ସାଧାରଣ ଜ୍ୱର ବୋଲି ଭାବି ସେ ଘରେ ରହିଗଲେ। କିନ୍ତୁ ଜ୍ୱର ବେଳକୁ ବେଳ ବଢିବାରେ ଲାଗିଲା। ଅବସ୍ଥା ଶୋଚନୀୟ ହେବାରୁ ରାତି ୧୦ ବେଳକୁ ଶାନ୍ତି ଙ୍କୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ଶାନ୍ତି ଙ୍କ ମୃତ୍ୟୁ ଘଟିଥିଲା  । ଖବର ପ୍ରଘଟ ହେବା ପରେ ଶାନ୍ତିଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚି ହୋହାଲ୍ଲା କରିଥିଲେ ।ଖବର ପାଇ ଓଡଗାଁ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା ଓ ଅନ୍ୟ ଥାନା କର୍ମଚାରୀ ମେଡିକାଲ ରେ ପହଞ୍ଚି ଥିବାର ଜଣାପଡିଛି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ , ଓଡଗାଁ
୨୧/୯/୨୧----୧୧,୫୮ 
Sakhigopal News 21/9/2021

ads

Blog Archive

Popular Posts