ads

Breaking News

କେ ଏସ୍ ୟୁ ବି କଲେଜର ଏନ୍ ସି ସି ଛାତ୍ରୀଛାତ୍ର ଙ୍କ ରାଲି



ଭଞ୍ଜନଗର----- ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ ସି ସି ଆର୍ମି, ନାଭାଲ, ଯୁବ ରେଡକ୍ରସ, ଏନ୍ ଏସ୍ ଏସ୍ ଶାଖା ପକ୍ଷରୁ ମିଳିତ ଭାବେ ଆଜି  ସୁସ୍ଥ ଭାରତ ଫ୍ରୀଡଏମ୍ ରନ୍ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ କଲେଜ ରୁ ଏକ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରିଥିଲେ।  ଏହା ପରେ ବାଇପାସ୍ ଛକରେ  ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସମୟରେ  ଛାତ୍ର ଛାତ୍ରୀ  ମାନେ ସୁସ୍ଥ ଭାରତ ଅଭିଯାନ   ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।  କଲେଜ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୋଭାଯାତ୍ରା କୁ ଉଦଘାଟନ କରିଥିଲେ। ଡଃ ରବିନ୍ଦ୍ର ନାଥ ପାଳ, ରାଜେନ୍ଦ୍ର କୁମାର ଦାସ ଅତିଥି ଭାବେ ଯୋଗଦେଇଥିଲେ। ଏନ୍ ସି ସି ଆର୍ମି ଅଫିସର ଅଧ୍ୟାପକ ରଜନୀକାନ୍ତ ତ୍ରିପାଠୀ, ଡାଃ ରବିନ୍ଦ୍ର ମିଶ୍ର, ଯୁବ ରେଡକ୍ରସ ଅଧିକାରୀ ବଦ୍ରିନାରାୟଣ ପାତ୍ର, ଅଧ୍ୟାପକ ବାବୁଲା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୯/୨୦୨୧--- ୭,୪୦ 
Sakhigopal News,28/9/2021

ads

Blog Archive

Popular Posts