ads

Breaking News

ହରିପୁର ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ



ଜଟଣୀ-ଜଟଣୀ ନିକଟସ୍ଥ ଗୋଡ଼ିପୁଟ ମାଟିଆ ପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠାନିକ ଭାବେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ପିପିଲି ନିର୍ବାଚନ ଜୋର ଧରିଥିବା ବେଳେ ଆଜି ପିପିଲି ବିଧାୟକ ପାର୍ଥି ଶ୍ରୀ ଆଶ୍ରିତ ପଟ୍ଟନାୟକ ଙ୍କ ଜନ୍ମ ଦିନ ପରିପ୍ରେକ୍ଷୀରେ ଗୋଡିପୁଟ ମାଟିଆ ପଡା ପଞ୍ଚାୟତର ହରିପୁର  ବିଜେପି କାର୍ଯ୍ୟାଳୟ ରେ ଆନୁଷ୍ଠାନିକ  ଭାବେ ଜନ୍ମଦିନ ପାଳନ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଏଥିରେ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଗୋଡିପୁଟ ମାଟିଆପଡା ପଞ୍ଚାୟତର ମଣ୍ଡଳ ସଭାପତି ଶ୍ୱେତ ବେହେରା ,ହିମାଂଶୁ ବିଶ୍ୱାଳ , ଶିଶିର ସାସମାଲ ,ରାଜ୍ୟ ପ୍ରଭାରୀ ରଶ୍ମିମୟୀ ପଟ୍ଟନାୟକ ,ତପନ ବଳିୟାରସିଂ, ଈଶ୍ୱର ଭାଇ ଏବଂ ବିଧାୟକ ପାର୍ଥି  ଶ୍ରୀ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଜଟଣି --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୯/୨୦୨୧----୪,୪୫  Sakhigopal News,22/9/2021

ads

Blog Archive

Popular Posts