ads

Breaking News

ଚିତ୍ତ ରଞ୍ଜନ ଦାଶଙ୍କ ହୃଦ ଘାତରେ ପରଲୋକ ହୋଇଯାଇଛି


ବରଗଡ଼---  ବରଗଡ ଜିଲ୍ଲା ବ୍ଲକ ଅନ୍ତର୍ଗତ ଝରାପାଲି ମାର୍କେଟ ଅନ୍ତର୍ଗତ ଥୁଆପାଲି  ରଥଯାତ୍ରାର ଗଜପତି ମହାରାଜା ତଥା ଚିତ୍ତ ରଞ୍ଜନ ଦାଶଙ୍କ   ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲ କୁ ପରିବାରବର୍ଗ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ ଘୋଷଣା ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ସେ ଜଣେ ପରୋପକାରୀ, ଶାନ୍ତ ଶିଷ୍ଟ, ମିଷ୍ଟଭାଷୀ, ଛାତ୍ର ଛାତ୍ରୀଙ୍କୁ ଶ୍ରଦ୍ଧା ଓ ଭକ୍ତି ର ସମ୍ମାନ ପ୍ରଦାନ କରୁଥିଲେ ଓ ମେଳାପୀ ସ୍ୱାଭାବ ର ବ୍ୟକ୍ତି ଥିଲେ। ସେ ମାନପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ବିଯୋଗ ରେ ବିଦ୍ୟାଳୟ ରେ ଶୋକର ସଭା ପାଳିତ ହୋଇଯାଇଛି। ତାଙ୍କର ବିୟୋଗ କୁ ସମ୍ମାନ ଜଣାଇ ଝରାପାଲି ମାର୍କେଟ, ଥୁଆପାଲି ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।  ମା, ବିଧବା ପତ୍ନୀ, ଗୋଟିଏ ଝିଅ ଓ ଏକମାତ୍ର ପୁଅ ଛୋଟୁ କୁ ଛାଡି ଯାଇଛନ୍ତି। ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, ଜନସାଧାରଣ ଓ ବହୁ ସଂଖ୍ୟାରେ ମହିଳା ପୁରୁଷ ଗ୍ରାମବାସୀ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏକ ମାତ୍ର ପୁଅ ଛୋଟୁ ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୯/୨୦୨୧----୧୧,୩୫ Sakhigopal News,21/9/2021

ads

Blog Archive

Popular Posts