ads

Breaking News

ଘରବାଡି ସନ୍ଧି ଜାଗା କୁ ନେଇ ମରଣାତ୍ମକ ଆକ୍ରମଣ


ଓଡଗାଁ:-- ଓଡଗାଁ ଥାନା ବାହାଡଝୋଲା ଫାଣ୍ଡି ଅନ୍ତର୍ଗତ ପଞ୍ଚାୟତ ସାହିରେ ଘରବାଡି ସନ୍ଧି ଜାଗା କୁ କେନ୍ଦ୍ର କରି ମରଣାତ୍ମକ ଆକ୍ରମଣ  ଘଟଣା ଘଟିଛି । ସୁଚନା ଯୋଗ୍ୟ ଯେ ଅବସରପ୍ରାପ୍ତ ଶିକ୍ଷକ ହଜାରୀ ସାହୁ(୭୭)ଙ୍କୁ ତାଙ୍କ ପଡୋଶୀ କବିରାଜ ବେହେରା ଗୋଟିଏ କାତି ସାହାଯ୍ୟରେ ଆକ୍ରମଣ କରିଛନ୍ତି । ଶିକ୍ଷକ ଶ୍ରୀ ହଜାରୀ ନିଜକୁ ରକ୍ଷା କରିବା ପାଇଁ ଘୁଞ୍ଚି ଯିବା ବେଳେ କାତିଟି ବେକରେ ନବାଜି ଗାଲରେ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। 
                ଗୁରୁତର ଭାବେ ଶ୍ରୀ ହଜାରୀ ଙ୍କୁ ପ୍ରଥମେ ବାହାଡଝୋଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା। ଏନେଇ ଆଜି ସନ୍ଧ୍ଯା ରେ ଓଡଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୨୦/୯/୨୧-----୨୦/୯/୨୦୨୧----୧୦,୪୫ Sakhigopal News,20/9/2021

ads

Blog Archive

Popular Posts