ads

Breaking News

ନାଇକାଣି ପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦଶ ବଖରା ପୋଡ଼ି ପାଉଁଶ


କୋଦଳା :-ହୁତୁ ହୁତୁ ହୋଇ ଜଳିଗଲା ଘର ଗୁଡିକ । କିଛି ଭାବିବା ଆଗରୁ ଜଳି ପୋଡି ପାଉଁଶ ହୋଇଗଲା ଦଶ ବଖରା ଘର ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣି ପଲ୍ଲୀ ପଞ୍ଚାୟତର ନାଇକାଣି ପଲ୍ଲୀ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ଦଶ ରୁ ବାର ବଖରା ଘର । ଅଗ୍ନି କାଣ୍ଡର କାରଣ ଜଣା ପଡିନଥିବା ବେଳେ ସୂଚନା ଅନୁଯାୟୀ ନାଇକାଣିପଲ୍ଲୀ ଗ୍ରାମର ମଝି ସାହିରେ ଥିବା ରାଜନ ଖୁଣ୍ଟିଆଙ୍କ ଘରୁ ସଟସର୍କିଟ ଯୋଗୁଁ ହଠାତ ନିଆଁ  ଉଠିଥିଲା ।  ଫଳରେ ସାହିରେ ଥିବା ଚାଳଘର ଗୁଡିକୁ ନିଆଁ ବ୍ୟାପି ଗ୍ରାମର ଜୟ ଖୁଣ୍ଟିଆ, ରାଜନ ଖୁଣ୍ଟିଆ, ଲକ୍ଷ୍ମଣ ଗୌଡ଼, ଛାୟା ଗୌଡ଼, ମେଳିଆ ଗୌଡ଼, ପୁରୁଷୋତ୍ତମ ସ୍ୱାଇଁ, ହଜାରୀ ସ୍ୱାଇଁ, ମହେଶ୍ୱର ସ୍ୱାଇଁ, ତ୍ରିନାଥ ଗୌଡ଼, ବସନ୍ତ ରାଉତ ଓ ପଠାଣ ଖୁଣ୍ଟିଆ ଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ସମସ୍ତ ଖାଦ୍ୟ ସାମଗ୍ରୀ ଓ ଆସବାବ ପତ୍ର ସହ ମୂଲ୍ୟବାନ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି ।  ଖବର ପାଇ କୋଦଳା ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି । ନିଆଁ ଲାଗିଥିବା ଗରିବ ପରିବାରଙ୍କୁ ସରକାରୀ ସାହାଯ୍ୟ  ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ  ରିପୋର୍ଟ ,୫/୭/୨୦୨୧---+୮,୦୦ Sakhigopal News5/7/2021

ads

Blog Archive

Popular Posts