ଏକ କୋଟି ରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ, ଆସାମୀ ଫେରାର
କୋଦଳା : କୋଦଳା ପୋଲିସ କୋଟିଏ ଟଙ୍କା ର ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ବିଶେଷ ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସଦଳବଳେ ଫାସୀ ପଞ୍ଚାୟତର ବାତରାପଲ୍ଲୀ ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରିଥିଲେ ।ପୋଲିସ ଆସିବା ଖବର ପାଇ ଉକ୍ତ ଘର କୁ ଚାବି ମାରି ଗଂଜେଇ ମାଫିଆ ଫେରାର ହୋଇଯାଇଥିଲା । ସାରା ରାତି ପୋଲିସ ସେଠାରେ ଜଗି ରହିଥିଲା । ଗଞ୍ଜାମ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଙ୍କ ଉପସ୍ଥିତି ରେ ଉକ୍ତ ଘରର ତାଲାଭାଙ୍ଗି ସେଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ । ବହୁ ସମୟ ତଦନ୍ତ ପରେ ମଧ୍ୟ ଉକ୍ତ ଘରର ପ୍ରକୃତ ମାଲିକକୁ ପାଇନଥିଲେ । ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଜବତ କରି କୋଦଳା ଥାନା ପରିସର କୁ ଅଣାଯାଇଥଲା । ମାଜିଷ୍ଟ୍ରେଟ ଦାଇତ୍ୱ ରେ ଥିବା ଅତିରିକ୍ତ ତହସିଲଦାର କହିଥିଲେ ଯେ ଜବତ ଗଞ୍ଜେଇ ପ୍ରାୟ 15କୁଇଣ୍ଟାଲ ହେବ ଏବଂ ଆନୁମାନିକ ମୂଲ୍ୟ 1କୋଟି ରୁ ଉର୍ଦ୍ଧ୍ଵ ହେବ । ଘରଟି କାହାର ତଦନ୍ତ କରିବା ପାଇଁ ଆର ଆଇ ଙ୍କୁ ଦାଇତ୍ୱ ଦିଆଯାଇଛି । ଆରଆଇ ଶେଖର ଚନ୍ଦ୍ର ସେଠୀଙ୍କ କହିବା ପ୍ରକାରେ ବେତେରାପଲି ଗ୍ରାମର ଉକ୍ତ ଘର ଟି ଖାତା ନମ୍ବର 58 ଓ ପ୍ଲଟ ନମ୍ବର 1112 ଯାହାକି 27ଜଣଙ୍କ ନାମ ରେ ଅଛି କିନ୍ତୁ ଯିଏ ସେହି ଘରେ ରହୁଥିଲେ ତାଙ୍କରି ନାମକୁ ଆମ୍ଭେ ପୋଲିସ କୁ ରିପୋର୍ଟ ଦେବୁ। ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଥିଲେ ଯେ ଉକ୍ତ ଘର କାହାର ରିପୋର୍ଟ ଆସିବା ପରେ ଆସାମୀ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ମାସ ମଧ୍ୟରେ କୋଦଳା ପୋଲିସ ର ତୃତୀୟ ବୃହତ ସଫଳତା । କିଛିଦିନ ପୂର୍ବେ କାଞ୍ଚଣା ଓ ବାଲିପୋଇ ନିକଟରୁ ଗୋଟିଏ ଟ୍ରାକ୍ଟର ଏବଂ ଡାଲାଅଟୋ ଭର୍ତ୍ତି ଗଞ୍ଜେଇ ଜବତ କରିଥିଲେ !
ଗଞ୍ଜାମରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୫/୭/୨୦୨୧----୭,୫୦ Sakhigopal News,5/7/2021




