ads

Breaking News

ଭଞ୍ଜନଗର ଠାରେ ଏଡିଜେ ଏବଂ ଉପଜିଲ୍ଲାପାଳ ଙ୍କ ମିଳିତ ବୃକ୍ଷ ରୋପଣ


ଭଞ୍ଜନଗର-- ୭୨ ତମ ବନ ମହୋତ୍ସବ ପାଳନ ଅବସରେ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମିଳିତ ଭାବେ  ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚପଦସ୍ତ ଅଧିକାରୀ ଯଥା,ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ଏଡିଜେ ଡ଼ଃ ଅରୁଣ କୁମାର ସାହୁ,ଉତ୍ତର ଘୁମୁସର ଡ଼ିଏଫଓ  ଅଭୟ କୁମାର ଦଳେଇ, ଉପଖଣ୍ଡ ଆରକ୍ଷ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର,ଭଞ୍ଜନଗର କୋର୍ଟ ର ଏସଡିଜେଏମ ଶିବାନୀ ମିଶ୍ର,ଜେଏମଏଫସି ପ୍ରଜ୍ଞା ରାଉତ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ବ୍ଲକ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ ଏବଂ ଅନ୍ୟ କର୍ମଚାରୀ ମାନେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ଅନ୍ୟ ମାନେ ମଧ୍ୟ ବୃକ୍ଷ ରୋପଣ ପାଇଁ ଆଗକୁ ଆସି ଏହି ପୃଥିବୀକୁ ସବୁଜ ବଳୟ ରେ ପରିଣତ କରିବା କୁ ସହାୟକ ହେବାକୁ ଅଧିକାରୀ ମାନେ ଆହ୍ୱାନ ଦେଇଛନ୍ତି। ଆମେ ଯେତିକି ଅଧିକ ଗଛ ଲେଗେଇବା ଆମ ପୃଥିବୀ ପାଇଁ ସେତେ ଲାଭ ଦାୟକ ବୋଲି  ଅଧିକାରୀ ମାନେ ମତବ୍ୟକ୍ତ କରିଛନ୍ତି । ୨୪ ଗୋଟି ମୂଲ୍ୟବାନ ଗଛ କାର୍ଯ୍ୟାଳୟ ପରିସରରେ ଅଧିକାରୀ ମାନେ ରୋପଣ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଏନଏସି ଜେଇ ସୁଶାନ୍ତ ସାହୁ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା ସମେତ କାର୍ଯ୍ୟାଳୟ ଅନ୍ୟ ସମସ୍ତ କର୍ମଚାରୀ ଏବଂ ଏନଏସି, କୋର୍ଟ ଷ୍ଟାଫ ଉପସ୍ଥିତ ଥିଲେ ।

          ପରେ ବେଲଗୁଣ୍ଠା ନୂତନ ଥାନା ପରିସରରେ ମଧ୍ୟ ମୂଲ୍ୟବାନ ଏବଂ ଔଷଧିୟ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ଉପଖଣ୍ଡ ଆରକ୍ଷ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ବେଲଗୁଣ୍ଠା ଥାନା ଅଧିକାରୀ  ପ୍ରକାଶ ସାହୁ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସମେତ ଅନ୍ୟ ଥାନା କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ , ୫/୭/୨୦୨୧----୯,୦୦ Sakhigopal News,5/7/2021

ads

Blog Archive

Popular Posts