ବକୁଳବନ ମହୋତ୍ସବ କମିଟି ପକ୍ଷରୁ ମାସ୍କ, ସାନିଟାଇଜର ସହିତ ଔଷଧ ବଣ୍ଟନ
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ଓ ଅଳଗୁମର ଦଳିତବସ୍ତିର ୭୦ ଗୋଟି ପରିବାରଙ୍କୁ ସାନିଟାଇଜର, ମାସ୍କ ସହିତ ଥଣ୍ଡା,ଜ୍ୱର, ଗ୍ୟାସ ଔଷଧ ବଣ୍ଟନ କରାଯାଇଛି । ପଞ୍ଚସଖାଙ୍କ ସ୍ମୃତି ମନେପକାଇ ବକୁଳବନ ମହୋତ୍ସବ କମିଟିର ପ୍ରତିଷ୍ଠାତା ତଥା ସମାଜସେବୀ, କବି,ଲେଖକ , ପଞ୍ଚସଖା ଓ ମହତାବଙ୍କ ନୀତିକୁ ଅନୁସରଣ କରୁଥିବା ସଚ୍ଚିକାନ୍ତ ବିଶ୍ୱାଳ ଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।
ମହମାରୀ କରୋନା ସମୟରେ ବିଶେଷ କରି ଦଳିତ ସମ୍ପଦାୟକର ପରିବାର ମାନେ ବହୁ ଅସୁବିଧାରେ ଗତି କରୁଛନ୍ତି । ଏହାକୁ ନଜର କରି ବକୁଳବନ ମହୋତ୍ସବ କମିଟିର ସଭାପତି ସାଧୁଚରଣ ବେହେରା, ସମ୍ପାଦକ ଯଯାତି କେଶରୀ ରାୟ, ଡ. ସଙ୍ଗିତା ବେହେରା କରୋନା ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ମାସ୍କ ଓ ସାନିଟାଇଜର ଓ ଔଷଧ ବଣ୍ଟନ କରିଥିଲେ । କମିଟିର ସଦସ୍ୟ, ସଦସ୍ୟା ନିଳୀମା ରଥ, ସବିତା ବିଶ୍ୱାଳ, ପିୟନାଥ ବିଶ୍ୱାଳ, ପଞ୍ଚାନନ ବିଶ୍ୱାଳ, ସଚ୍ଚିକାନ୍ତ ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୭/୨୦୨୧, ୯-୫୦, Sakhigopal News, 5/7/2021





