ads

Breaking News

ଡେଲାଙ୍ଗ ବ୍ଲକରେ ଶୁଭ୍ରଜ୍ୟୋତି ମାଟ୍ରିକରେ ଟର୍ପର


 ଡେଲାଙ୍ଗ ----=ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରଥପୁରୁଷୋତ୍ତମପୁର ପଞ୍ଚାୟତ କୁଞ୍ଜର ଗ୍ରାମର ଗୋପିନାଥ ବରାଳ ଓ ମାତା ପ୍ରତିଭା ବରାଳଙ୍କ ଏକମାତ୍ର କନ୍ୟା ଶୁଭ୍ରଜ୍ୟୋତି ବରାଳ ଚଳିତ ବର୍ଷ ମାଟ୍ରିକ ପରିକ୍ଷାରେ ଡେଲାଙ୍ଗ ବ୍ଲକରେ ସର୍ବାଧିକ  ଶତକଡା ୯୪%  ତଥା ୫୬୩ ନମ୍ବର ମାର୍କ ରଖି ଟର୍ପର ହୋଇଛନ୍ତି । ସେ ଡେଲାଙ୍ଗ ବ୍ଲକର ଶ୍ରୀପୁରୁଷତମ ନୋଡାଲ ଉଚ୍ଚ ବିଦ୍ୟାଳୟର ଅଧ୍ୟୟନ କରୁଥିବା ବେଳେ ତାଙ୍କର ଏହି କୃତିତ୍ୱ ପାଇଁ ଚାରିଆଡୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିଛି । ଡେଲାଙ୍ଗ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ଭବିଷ୍ୟତରେ ନିଜକୁ ଜଣେ ଡାକ୍ତର ଭାବେ ଗଡି ତୋଲିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଛନ୍ତି । ଡେଲା୍‌ଙ୍ଗରୁ =ଧୀରେନ୍ଦ୍ର ସେନାପତି, ୫/୭/୨୦୨୧----୯,୫୦ , Sakhigopal  News, 5/7/2021

ads

Blog Archive

Popular Posts