ads

Breaking News

ଦେଶୀ ଡଙ୍ଗା ଚୋରି କରି ନେଉଥିବା ସମୟରେ ଧରାପଡିଲା ବିହାରି ଯୁବକ

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ପଦ୍ମଚରଣ ବେହେରାଙ୍କ ଭାର୍ଗବୀ ନଦୀରେ ଥିବା ଦେଶୀ ଡଙ୍ଗାକୁ ଜଣେ ବିହାରି ଯୁବକ ଚୋରି କରି ନେବା ସମୟରେ ଧରାପଡିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଭୃଗ ଘାଟ ନିକଟରେ ଏହି ଡଙ୍ଗା ରଖାଯାଇଥାଏ । ନଦୀରୁ ମାଛ ଧରିବା ସହ ଲୋକମାନଙ୍କୁ ନଦୀ ପାର କରିବା ଓ ବାଲୁଙ୍କେଶ୍ୱର ଠାକୁରଙ୍କୁ ଦଶହରା ଦିନ ଭାର୍ଗବୀ ନଦୀରେ ଚାପ ଖେଳିଥାନ୍ତି ।  ଜଣେ ଅଜଣା ଯୁବକ ଏହି ଡଙ୍ଗାଟିକୁ ନଦୀରେ ନଦୀରେ ଗବକୁଣ୍ଡ କଟ ଠାରେ ସ୍ଥାନୀୟ ଲୋକମାନେ ଅଜଣା ଯୁବକ ଓ ଆନନ୍ଦପୁର ଡଙ୍ଗା ଦେଖି ଯୁବକଙ୍କୁ ଅଟକାଇବା ସହ ଆନନ୍ଦପୁର ଗ୍ରାମକୁ ଖବର ଦେଇଥିଲେ । ଖବର ପାଇ ପଦ୍ମଚରଣ ସେଠାରେ ପହଞ୍ଚିଡଙ୍ଗା ଆଣିଥିଲେ । ସ୍ଥାନୀୟ  ଯୁବକ ମାନେ ଅଜଣା ଯୁବକଙ୍କୁ ପଚାରା ଉଚରା କରିଥିଲେ । ମାତ୍ର ତାଠାରୁ କୌଣସି ସୁଚନା ପାଇନଥିଲେ । ଶେଷରେ ତାକୁ ବିସ୍କୁଟ ଖାଇବାକୁ ଦେଇ ଛାଡି ଦେଇଥିଲେ । ଯାହାକୁ ନେଇ ଏବେ ସେଠାରେ ଆଲେଚନାର ବିସୟ ହୋଇପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୭/୨୦୨୧

 ,Sakhigopal News, 5/7/2021

ads

Blog Archive

Popular Posts