ads

Breaking News

ଭଞ୍ଜନଗର ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ

 ଭଞ୍ଜନଗର-ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ଜୁଲା
ଇ ମାସ ବୈଠକ ଆଜି ମଧ୍ୟାହ୍ନ ରେ ନାୟକ ଭବନ ସମ୍ମୁଖ ଷ୍ଟାଡି ପଇଁଟ ଠାରେ ଅନୁଷ୍ଠିତ ହୋଇଯାଇଛି ।ସୋମନାଥ ନାୟକ ଙ୍କ ଅଧ୍ୟକ୍ଷତା ରେ ସର୍ବ ପ୍ରଥମେ ଦିବଂଗତ ସଭ୍ୟ ଗୋକୁଳ ଚନ୍ଦ୍ର ଶତପଥୀ, ପ୍ରସନ୍ନ କୁମାର ମିଶ୍ର, କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି କରାଯାଇଥିଲା । ସର୍ବସମ୍ମତି କ୍ରମେ ବ୍ରଜଗୋପାଳ ମହାରଣା କୋଷାଧକ୍ଷ ନିର୍ବାଚିତ ହୋଇଥିଲେ । ପୋଷ୍ଟାଲ ଜୈଂଟ ଆକାଉଣ୍ଟ ର ଜମା ଟଙ୍କା ଉଠା ଯାଇ ଷ୍ଟେଟବ୍ୟାଙ୍କ ରେ ଜମା କରାଯିବା ପାଇଁ ସ୍ଥିର ହୋଇଛି । ଭାବେ ସଦସ୍ୟତା ଗ୍ରହଣ କରିଥିବା ବାଳକୃଷ୍ଣ ପଟ୍ଟନାୟକ, ଭବାନୀ ଶଙ୍କର ଦାଶଙ୍କୁ ସ୍ବାଗତ କରାଯାଇଥିଲା। ଯଥା ଶୀଘ୍ର ଏହି ମଞ୍ଚକୁ ଏକ ଟ୍ରଷ୍ଟ ଭାବେ ପଞ୍ଜିକରଣ କରାଯିବା ପାଇଁ ନିଷ୍ପତି ନିଆଗଲା । ସର୍ବଶ୍ରୀ ଡ଼କ୍ଟର କମ୍ବୁପାଣି ସାମନ୍ତ, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, ମାଗତି ଗୌଡ଼ ବିପିନ କୁମାର ବେହେରା, ଲଡ଼ୁକେଶ୍ୱର ପ୍ରଧାନ, ରବୀନ୍ଦ୍ର ପାଣିଗ୍ରାହୀ,ପଣ୍ଡିତ ଦେବରାଜ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ଲେଙ୍କା,, ପୀତବାସ ଜେନା, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ମଧୁସୂଦନ ସ୍ୱାଇଁ, ଅଭିମନ୍ୟୁ ଭୁଆଁୟା, ରଘୁନାଥ ସାହୁ, ଶିବପ୍ରସାଦ ସୁବୁଦ୍ଧି, ଟି. ସୂର୍ଯ୍ୟ ନାରାୟଣ ପାତ୍ର ଆଲୋଚନା ରେ ଭାଗ ନେଇଥିଲେ । ଶେଷରେ କୋଷାଧକ୍ଷ ବ୍ରଜଗୋପାଳ ମହାରଣା ସଭାପତି ଙ୍କ ସମେତ ସବୁସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,  ୫/୭/୨୦୨୧ ----,୯,୧୫  Sakhigopal News,5/7/2021

ads

Blog Archive

Popular Posts