ads

Breaking News

ସାବିତ୍ରୀ,କେ ଏସ୍ ୟୁ ବି କଲେଜ ରେ ବନ ମହୋତ୍ସବ ସପ୍ତାହ ପାଳିତ

 

ଭଞ୍ଜନଗର-ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ସୋମବାର ଦିନ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।   ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ଡଃ ଜୟରାମ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଜୟ ଲକ୍ଷ୍ମୀ ରଥ । ଅନ୍ୟ ମାନଙ୍କ ମଧ୍ୟରେ ସନ୍ଧ୍ୟା ରାଣୀ ପ୍ରଧାନ, ଡଃ ପୁଷ୍ପାଞ୍ଜଳି ପଟ୍ଟନାୟକ, ରଶ୍ମିତା ବେହେରା,ଅଧ୍ୟାପକ ଅମୂଲ୍ୟ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ସେହିଭଳି କେ ଏସ୍ ୟୁ ବି କଲେଜ ରେ ଅନୁଷ୍ଠିତ ଉତ୍ସବରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ  । ଡି ଏଫ୍ ଓ ଅଭୟ ଦଲେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।  ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ଏନସିସି   ନାଭାଲ   ଅଫିସର ଡଃ ରବିନ୍ଦ୍ର କୁମାର ମିଶ୍ର,ଜାତୀୟ ସେବା ଯୋଜନା ଅଧିକାରୀ ସନାତନ ବେହେରା, ୟୁବ ରେଡକ୍ରସ ଅଧିକାରୀ ବଦ୍ରିନାରାୟଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି ଅବସରରେ ବରିଷ୍ଠ ପ୍ରାଧ୍ୟାପକ ବିଭୂତି ପାଣିଗ୍ରାହୀ,ଡକ୍ଟର ରବିନ୍ଦ୍ର ନାଥ ପାଳ, ପୀତବାସ ପାଳ, ରାଜେନ୍ଦ୍ର ଦାସ, ସାତ୍ୟକୀ ସାହୁ, ମୁଖ୍ୟ କିରାଣି  ଏସ ଛାୟା ରାଓ, ପ୍ରଦୀପ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୭/୨୦୨୧---୯,୪୦। 
Sakhigopal News,5/7/2021

ads

Blog Archive

Popular Posts