ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ବିଞ୍ଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ଓ ବୃକ୍ଷରୋପଣ
ଭଞ୍ଜନଗର---,ଭଞ୍ଜନଗର ବ୍ଳକ ବିଞ୍ଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ତରଫରୁ ବନ ମହୋତ୍ସବ ପାଳନ ସହ ବୃକ୍ଷ ରୋପଣ କରାଯାଇଛି ା କୋଭିଡ ଗାଇଡ ଲାଇନ ମୁତାବକ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ବଂଶୀଧର ବିଷୋୟୀ,ଅଲଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ,ସମ୍ବାଦ ସାହିତ୍ୟ ଘର ସଭାପତି ତଥା ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ,ସମାଜ ସେବୀ ତଥା ବନ୍ୟପ୍ରାଣୀ ତତ୍ବାବଧାରକ ଶୂଳପାଣୀ ଶତପଥୀ,ସାନକୋଦଣ୍ଡା ସରପଞ୍ଚ ସୁକାନ୍ତି ପ୍ରଧାନ,ରିଟାୟାଡ ରେଞ୍ଜର ତଥା ସମ୍ବାଦ ସାହିତ୍ୟ ଘର ର ସଦସ୍ୟ ଅନୁପମ ବାନାର୍ଜୀ, ଶିକ୍ଷାବିତ ପଞ୍ଚାନନ ପାଳ,ସାନକୋଦଣ୍ଡା ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲିପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ,ଛାତ୍ର ଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଜନ ସାଧାରଣଙ୍କୁ ଜଳବାୟୁ ପରିବର୍ତ୍ତନ କୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ କରି ତାହାର ଯତ୍ନ ନେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁପମ ବାନାର୍ଜୀ ଓ ଶୂଳପାଣି ଶତପଥୀ ଉଭୟେ ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ ା ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ର ସଂପାଦକ ତଥା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ,କୋଷାଧ୍ୟକ୍ଷ ତଥା ସି.ଆର୍.ସି.ସି ତ୍ରିନାଥ ବେହେରା, ସଂଗଠନ ସଂପାଦକ ତଥା ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ବରିଷ୍ଠ ସଦସ୍ୟ ସୁବାଷ ଚନ୍ଦ୍ର ତାରେଣୀ,ଅବିନାଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଞ୍ଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ସମ୍ବାଦ ସାହିତ୍ୟ ଘର ର ସାଂସ୍କୃତିକ ସଂପାଦିକା ଜୋତ୍ସାଦେବୀ, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ତଥା ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ସଫଳ ଆୟୋଜନ କରିଥିଲେ ା ଶେଷରେ ବହୁ ମୂଲ୍ୟବାନ ବୃକ୍ଷର ଚାରା ବିଦ୍ୟାଳୟରେ ରୋପଣ କରାଯାଇଥିଲା ା ସମ୍ବାଦ ପ୍ରତିନିଧି ତଥା ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୭/୭/୨୦୨୧----୧୦,୫୦। Sakhigopal News,7/7/2021

