ads

Breaking News

୫ଟି ଅଭିଯାନରେ ବିଦ୍ୟାଳୟକୁ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କୁ କୃତଜ୍ଞତା

 ଡେଲାଙ୍ଗ-------ଶିକ୍ଷାର ମାନବୃଦ୍ଧି କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରତି ଅଧିକ ଆକର୍ଷିତ କରିବାକୁ  ସରକାର ୫ଟି ଯୋଜନାରେ କେତେକ ବିଦ୍ୟାଳୟ  ସାମିଲ କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ୍‌ର ୪ଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଯୋଜନାରେ  ସାମିଲ କରାଯାଇଛି । ତେବେ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟକୁ ୫ଟି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇ ଅଧିକ ସ୍ମାର୍ଟ ଓ ଡିଜିଟାଲ କରିବାକୁ ସରକାରଙ୍କ ପକ୍ଷରୁ ମନୋନୀତ କରାଯାଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ, ସ୍ଥାନୀୟ ଜନପ୍ରତିନିଧି ଏବଂ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମହଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ୫ଟି ସଚ୍ଚିବଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ= ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ବ୍ଲକ୍ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ମୁନିନ୍ଦା ପଞ୍ଚାୟତ ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟ, ସହକାରୀ ଶିକ୍ଷୟିତ୍ରୀ କାଦମ୍ବିନୀ ଦାଶ, ନିବେଦିତା ତ୍ରିପାଠୀ, ଶିକ୍ଷକ ହରିଶ୍ ପଣ୍ଡା, କ୍ରିଡ଼ା ଶିକ୍ଷକ ନଟବର ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱମ୍ବର ବାରିକ ଓ ଛାତ୍ର ଆଲମିନି ଭାସ୍କର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସରକାରଙ୍କ ଅନୁମୋଦନ ଅର୍ଥର ସୁବିନିଯୋଗ ତଥା ବିଦ୍ୟାଳୟର ପୂର୍ଣ୍ଣ ରୂପାନ୍ତରିକରଣ କାର୍ଯ୍ୟ ପାଇଁ ସରପଞ୍ଚ ଏହି ବିଦ୍ୟାଳୟର ପୁରାତନ ଛାତ୍ର, ଅଭିଭାବକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୫/୭/୨୦୨୧--୯,୦୦=  Sakhigopal News , 5/7/2021

ads

Blog Archive