ରେଙ୍ଗାଲି କେମ୍ପ ରେ ଉଦଘାଟିତ ହେଲା ଲାୟନ୍ସ କ୍ଲବ ର ଫଳକ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ରେଙ୍ଗାଲିକେମ୍ପ ଠାରେ ଲାୟନ୍ସ କ୍ଲବ ର ଫଳକ କେନାଲ ବିଭାଗ ଏସ୍ଡ଼ିଓ ପି କେ ସେଠୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।ଏହି ଶୁଭ ଅବସର ରେ ରେଙ୍ଗାଲିକେମ୍ପ ଲାୟନ୍ସ କ୍ଲବ ର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଉପାଧ୍ୟକ୍ଷ ଗିରିଗୋବର୍ଦ୍ଧନ ଭୋଇ, କିଶୋର ପସାୟତ,ରାଜେନ୍ଦ୍ର ସେଠ,ଦେବାର୍ଚ୍ଚନ ବାରିକ ଉପସ୍ଥିତ ଥିଲେ।ଏଥିରେ ହୀରାକୁଦ ଅଞ୍ଚଳର ସଭାପତି ଉମା ଶଙ୍କର ଗୌଡ଼, ଲାୟନ୍ସ କ୍ଲବ ଗୋଡ଼ଭଗା ର ଅଧ୍ୟକ୍ଷ ମନୋଜ ଅଗ୍ରବାଳ ଏହାକୁ ଉଦଘାଟନ କରିଥିଲେ।ଶ୍ରୀଯୁକ୍ତ ସେଠୀ ଅଞ୍ଚଳ ବାସୀଙ୍କୁ ସ୍ୱଚ୍ଛ ଓ ପରିମଳ ବ୍ୟବସ୍ଥା କୁ ସୁଚାରୁ ରୂପେ ତୁଲାଇ ଥିବାରୁ ରେଙ୍ଗାଲିକେମ୍ପ ଲାୟନ୍ସ କ୍ଲବ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟଟ୫/୭/୨୦୨୧----୭,୨୦, Sakhigopal News,5/7/2021



