ଡେଲାଙ୍ଗ ଓ ପିପିଲି ତହସିଲଦାର ଓ ବିଡିଓଙ୍କୁ ସୈାଜନ୍ୟ ମୁଳକ ସାକ୍ଷାତ କଲେ ଜୁନିୟର ରୁଦ୍ର ପ୍ରତାପ ମହାରଥୀ
ଡେଲାଙ୍ଗ -------= ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ôଥ ରୁଦ୍ର ପ୍ରତାପ ମହାରଥି ଡେଲାଙ୍ଗ ଓ ପିପିଲି ବ୍ଲକର ବିଡିଓ, ତହସିଲଦାରଙ୍କୁ ସୈାଜନ୍ୟ ମୁଳକ ସାକ୍ଷାତ କରିଛନ୍ତି । ନିର୍ବାଚନ ମଣ୍ଡଳିର ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୁଳକ କାର୍ଯ୍ୟ କୁ ତ୍ୱାରାନିତ କରିବା ସମ୍ପର୍କରେ ଏକ ଆଲୋଚନା କରିଛନ୍ତି । ପିପିଲି ଓ ଡେଲାଙ୍ଗକୁ ପ୍ରାୟ ୧୫ହଜାରରୁ ଅଧିକ ଆବାସ ଯୋଜନା ଘର ଆସିଛି । ସେଗୁଡିକ ଯେପରି ସଠିକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରାଯାଇ ପ୍ରଦାନ କରାଯିବ ବିଡିଓ ପିପିଲି ଓ ଡେଲାଙ୍ଗଙ୍କୁ ଅନୁରୋଧ କରିଥିଲେ । ସେହିପରି ରାସନକାର୍ଡ,ମଧୁବାବୁ ପେନସନ ଯୋଜନା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଅଧିକାରୀ ମାନଙ୍କୁ ନିବେଦନ କରିଛନ୍ତି । ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ,ପିପିଲି ଏନଏସିରେ ଇଣ୍ଡୋରଷ୍ଟାଡିୟମ ନିର୍ମାଣ ସମ୍ପର୍କରେ,ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାରେ ଅର୍ନ୍ତଭୁକ୍ତ ହାଇସ୍କୁଲର ରୁପାନ୍ତରିକରଣ ରୁପରେଖ କାର୍ଯ୍ୟକୁ ଯଥା ସମୟ ସୀମା ଭିତରେ କାର୍ଯ୍ୟ ସାରିବା ପାଇଁ ଦୁଇ ବିଡିଓଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ମହାରଥୀ । ସମସ୍ତଙ୍କ ଚେଷ୍ଟା ଓ ସହଯୋଗରେ ରାଜ୍ୟରେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିକୁ ଏକ ନମ୍ବର ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମହାରଥୀ କହିଛନ୍ତି । ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କୁ ସାକ୍ଷାତ କରିଥିବା ବେଳେ ପିପିଲି ବ୍ଲକରେ ବିଡିଓ ରଶ୍ମିତାନାଥ ଷଡଙ୍ଗି ଓ ତହସିଲଦାର ସପନ କୁମାର ନନ୍ଦଙ୍କୁ ସାକ୍ଷତ କରି ଫନି କ୍ଷତି ଗ୍ରସ୍ତ ଘରଭଙ୍ଗା ସହାୟତା ଯୋଗ୍ୟ ହିତାଧିକାରଙ୍କୁ ଶିଘ୍ର ପ୍ରଦାନ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।
=ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୭/୨୦୨୧---୯,୦୫ Sakhigopal News, 5/7/2021




