ଜିଲୁଣ୍ଡି ମା’ ବୈଷ୍ଣବୀ ବାଳିକା ଉଚ୍ଚବିଦ୍ୟାଳୟରେ ୭୨ତମ ବନମହୋତ୍ସବ ପାଳିତ
ଭଞ୍ଜନଗର - ସ୍ଥାନୀୟ ଜିଲୁଣ୍ଡି ମା’ ବୈଷ୍ଣବୀ ବାଳିକା ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟର ସମ୍ପାଦକ ସିଂହାସନୀ ପ୍ରସାଦ ପତିଙ୍କ ସଭାପତିତ୍ୱରେ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟଅତିଥିଭାବେ କେନ୍ଦ୍ରୀୟ ବନଖଣ୍ଡ ରେଞ୍ଜର କୁମାର ଯୋଗଦେଇ ବୃକ୍ଷ ର ଆବଶ୍ୟକତା କହିଥିବାବେଳେ ମୁଖ୍ୟବକ୍ତା ସମାଜସେବୀ ଶୂଳପାଣୀ ଶତପଥୀ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଶିକ୍ଷକ ଜ୍ୟୋତି ରଞ୍ଜନ ବିଷୋୟୀ ଅତିଥି ସ୍ୱାଗତ କରିଥିଲେ । ସମ୍ମାନୀତ ଅତିଥିଭାବେ ନିଗମାନନ୍ଦ ଏଜୁକେଶନ ସେଣ୍ଟର ର ସମ୍ପାଦକ ଚିନ୍ମୟ କୁମାର ବେବର୍ତା, ବିଦ୍ୟାଳୟ କମିଟି ସଦସ୍ୟ ଗୋକୁଳାନନ୍ଦ ପ୍ରଧାନ, ଫରେଷ୍ଟର ସନ୍ତୋଷ କୁମାର ଡ଼ାକୁଆ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ନିଗମାନନ୍ଦ ଏଜୁକେଶନ ସେଣ୍ଟର ତରଫରୁ ଦଶମ ଶ୍ରେଣୀରେ ପ୍ରଥମ ୧୦ଜଣ ଛାତ୍ରୀଙ୍କୁ ପ୍ରମାଣ ପତ୍ର, ଗୋଟିଏ ଗୋଟିଏ ବୃକ୍ଷ ପ୍ରଦାନ କରିଥିଲେ । ବନମହୋତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରଧାନଶିକ୍ଷୟିତ୍ରୀ ସରୋଜଲକ୍ଷ୍ମୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରଧାନଶିକ୍ଷୟିତ୍ରୀ ସରୋଜ ଲକ୍ଷ୍ମୀ ଦାଶ ଧନ୍ୟବାଦ ପ୍ରଦାନ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୭/୭/୨୦୨୧ --୧୦,୫୦ Sakhigopal News 7/7/2021

