ads

Breaking News

ଟାଙ୍ଗର ପାଲି ଶାନ୍ତି ବନ ଆଶ୍ରମରେ ୭୨ତମ ବନ ମହୋତ୍ସବ


 
ବରଗଡ଼-----   ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗର ପାଲି ପଞ୍ଚାୟତ ଟାଙ୍ଗର ପାଲି ଶାନ୍ତି ବନ ଆଶ୍ରମ ଠାରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ତରଫରୁ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସର ରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷରୋପଣ କରାଯାଇଛି । କାର୍ଯକ୍ରମ ରେ ଶାନ୍ତି ବନ ଆଶ୍ରମ ର ସ୍ୱାମୀଜୀ ନାରଦା ନନ୍ଦ ସରସ୍ଵତୀ ଙ୍କ ସମେତ ବରିଷ୍ଟ ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ,ଅବସର ପ୍ରାପ୍ତ ଶିକ୍ଷକ ଯାଚକେଶ୍ୱର ପଧାନ, ଅବସରପ୍ରାପ୍ତ ଶିଶୁରୋଗ ବିଶେଷଜ୍ଞ ପଲଉ ପଧାନ,ଅବସର ପ୍ରାପ୍ତ ଅଧ୍ୟାପକ ଗୋରାଚାନ୍ଦ ମହାପାତ୍ର,ଖରମୁଣ୍ଡା ର ପୂର୍ବତନ ସରପଞ୍ଚ ବୈଶାଖୁ ଭୋଇ,ବରଗଡ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ନିରୋଜ ବାରିକ,ଟାଙ୍ଗରପାଲି ର ଭରତ ଭୋଇ,ଫରେଷ୍ଟର ନିଲାଞ୍ଚଲ ଜେନା, ଫରେଷ୍ଟ ଗାର୍ଡ ଭୁବନେଶ୍ୱର ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ,  ୫/୭/୨୦୨୧--- ୬,୪୦ Sakhigopal News 5/7/2021

ads

Blog Archive