ads

Breaking News

ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ଓ ଆଶା ଦିଦିଙ୍କୁ ମାସ୍କ, ସାନିଟାଇଜର, ଗ୍ଳୋବସ , ଅକ୍ସିମିଟର ଓ ସେନ୍ସସର ଥର୍ମା ମିଟର ପ୍ରଦାନ

  


ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକ ପରିସରରେ ଅଙ୍ଗନୱାଡି କର୍ମୀ  ସ୍ୱାସ୍ଥ୍ୟକର୍ମୀ  ଓ ଆଶା ଦିଦି ୨୬୬ ଜଣଙ୍କୁ  କରୋନା ଯୋଦ୍ଧା ଭାବେ ସେମାନଙ୍କୁ ଅକ୍ସିମିଟର ଓ ସେନ୍ସସର ଥର୍ମା ମିଟର ପ୍ରଦାନ କରାଯାଇଛି ।  ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନିଜେ କିଟ ଗୁଡିକ ବଣ୍ଟନ କରିଥିଲେ ।  । ଅନ୍ୟ ମାନଙ୍କ ମଧ୍ୟରେ  ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ବିଡିଓ କ୍ଷୀରୋଦ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଳାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦେବାଶିଷ ରାୟ, ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତିରେ  ୧୦୨ ଜଣ ଆଶା ଦିଦି ଓ ୧୯ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାସ୍କ, ସାନିଟାଇଜର, ଗ୍ଳୋବସ ୧ହଳ , ଅକ୍ସିମିଟର ଓ ସେନ୍ସସର ଥର୍ମା ମିଟର ପ୍ରଦାନ କରାଯାଇଥିଲା । ସେହିପରି ୧୬୫ ଜଣ ଅଙ୍ଗନୱାଡି ର୍କମୀ ମାନଙ୍କୁ ଏନ. ୯୫ ମାସ୍କଦୁଇଟି , ଗ୍ଳୋବସ ୧ହଳ , ସାନିଟାଇଜର ପ୍ରଦାନ କରାଯାଇଥିଲା ।

ଯାହାକୁ ନେଇ ଅଙ୍ଗନୱାଡି କର୍ମୀ ମାନେ ଅଶାନ୍ତି ହୋଇ ବିଧାୟକଙ୍କୁ ସେମାନଙ୍କର ଦୁଖଃ ଜଣାଇଥିଲେ  । ଶେଷରେ ବିଧାୟକ ଶ୍ରୀ ସମାନ୍ତରାୟ ବହୁ ଶିଘ୍ର ସେନ୍ସସର ଥର୍ମା ମିଟର ଯୋଗାଇ ଦିଆଯିବ ବୋଲି କହିଥିଲେ ।  ସୁଚନାଯୋଗ୍ୟ ଯେ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ଠାରୁ ପ୍ରକାଶ ।   ଶେଷରେ ବ୍ଳକ ପକ୍ଷରୁ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ  ଟ୍ରାଇସାଇକେଲ ପ୍ରଦାନ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୭/୨୦୨୧---୯,୧୦   Sakhigopal News, 5/7/2021

 

ads

Blog Archive