ads

Breaking News

ବିଜ୍ଞାନ ମେଳା ର ପ୍ରସ୍ତୁତି ବୈଠକ

ବରଗଡ ଜିଲ୍ଲା ଭେଡେନ ବ୍ଲକ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଓ ବାମଦେବ ପାଢୀ ଉଚ୍ଚ ବିଦ୍ୟାଳୟ ର ସାଧନା କର୍ମୀ ଶିକ୍ଷକ ସଂଜୀବ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହୁ ଓ ଶିକ୍ଷକ ରମଣୀ ରଞ୍ଜନ ରାଉତ ମଞ୍ଚାସୀନ  ଥିଲେ। ଏ ବର୍ଷ ପ୍ରଥମ ଥର ପାଇଁ ଭର୍ଚୁଆଲ ମାଧ୍ୟମରେ ବିଜ୍ଞାନ ମେଳା ହେଉଥିବାରୁ ଶିକ୍ଷକ ମାନଙ୍କର ଉତ୍ସାହ ସ୍ରୁଷ୍ଟି ପରିଲକ୍ଷିତ ହୋଇଥିଲା। ଅନ୍ତତଃ ପକ୍ଷେ ଗୋଟିଏ ବିଦ୍ୟାଳୟ ରୁ ଗୋଟିଏ ଲେଖାଏଁ ପ୍ରୋଜେକ୍ଟ ଅପଲୋଡ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଚୋଡ଼ଗଙ୍ଗ ମେହେର୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରଂଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨/୭/୨୦୨୧---୩,୫୦, Sakhigopal News,2/7/2021

ads

Blog Archive

Popular Posts