ads

Breaking News

ବ୍ଲକ୍ ସମ୍ମିଳନୀ କକ୍ଷରେ ବିଡିଓଙ୍କର ଜରୁରୀ ବୈଠକ


 ଡେଲାଙ୍ଗ ----ଡେଲାଙ୍ଗ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଆବାସ ଯୋଜନା ତାଲିକା ପ୍ରସ୍ତୁତ ସମନ୍ୱୟ ସମ୍ବନ୍ଧୀୟ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜରୁରୀ ବୈଠକ ହୋଇଯାଇଛି । ୨୧ଟି ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ମାନେ ସଠିକ୍ ଭାବେ ଆବାସ ଯୋଜନାରେ ସାମିଲି ହେବେ ଏହି ବୈଠକର ମୁଳ ଲକ୍ଷ୍ୟ  ବୋଲି ବିଡିଓ କହିଥିଲେ । ଡେଲାଙ୍ଗ ବ୍ଲକକୁ ୭ହଜାରରୁ ଅଧିକ ଆବାସ ଯୋଜନା ମିଳିବାକୁ ଥିବା ବେଳେ ସେଗୁଡିକ କିପରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରାଯାଇ ଘର ପ୍ରଦାନ କରାଯିବ ସେଥିପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯୋଗ୍ୟହିତାଧିକାରୀ ଯେପରି ଜଣେ ଆବାସ ଯୋଜନା=ରୁ  ବଞ୍ଚିତ ନହେବେ ସେଥିପ୍ରତି ସଜାଗ ରହିବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଳକର କର୍ମଚାରୀ ମାନଙ୍କୁ ଡିଓ ଶ୍ରୀଷଡଙ୍ଗି କଡା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।  ସେହିପରି ୪ଟି ହାଇସ୍କୁଲକୁ ୫ଟି ଅଭିଯାନରେ ସାମିଲ ହୋଇଛି ।  ନଭେମ୍ବର୧୪ ତାରିଖ ତଥା ଶିଶୁ ଦିବସ ଦିନ ଏହି ୪ଟି ବିଦ୍ୟାଳୟ ଗୁଡିକ ମଡେଲ ବିଦ୍ୟାଳୟ ଭାବେ ରୁପରେଖ ଦେବାକୁ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ସେଥିପାଇଁ ଯଥା ଶିଘ୍ର ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ସମ୍ପର୍କରେ  ବ୍ଳକ ସହକାରୀଯନ୍ତ୍ରୀ ଓ ବିଭାଗୀୟ ଜେଇ ମାନଙ୍କ ସହିତ ଆଲୋଚନା କରାଯାଇଛି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୫/୭/୨୦୨୧, Sakhigopal News, 5/7/2021

ads

Blog Archive

Popular Posts