ତାଗିଦ କରିବା ହେଲା କାଳ,ଘରୁ ରାଗି ଚାଲିଗଲେ ଛାତ୍ର
ଜଟଣୀ ------ ଘରୁ ରାଗି ଚାଲିଯାଇଛନ୍ତି ଛାତ୍ର । ତାଙ୍କ ନାମ ପ୍ରୀତିରଞ୍ଜନ ବେହେରା ଓରଫ( ବାପୁନି ) । ସୂଚନା ମୁତାବକ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ କାଳୁପଡାଘାଟ ପଞ୍ଚୁପାତିଆ ଗ୍ରାମର ଉଦ୍ଧବ ବେହେରାଙ୍କ ପୁତ୍ର ପ୍ରୀତିରଞ୍ଜନ ବେହେରା (ବାପୁନି )। ୩ ବର୍ଷ ବୟଷରୁ ଜଟଣୀ ହାଟବଜ଼ାର ଗୋପୀନାଥ ପୁର ଅଞ୍ଚଳର କେଳୁ ଚରଣ ବେହେରା ଅଜାଙ୍କ ଘରେ ରହି ପଢାପଢି କରେ । ପାଠପଢା ଆରମ୍ଭ ହୋଇଥିଲା ସ୍ଥାନୀୟ ଅଞ୍ଚଳର ଓଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ । ତୁଳସୀ ଦୁଇପତ୍ରରୁ ବସିଲାପରି ସେହି ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇବା ସଙ୍ଗେ ସଙ୍ଗେ ନବଦ୍ୱୟ ପାଇ ସେଠାରେ ତାର କାରିୟର ଗଢିଥିଲା । ମେଟ୍ରିକରେ ପ୍ରଥମ ସ୍ଥାନପାଇ ଯୁକ୍ତ ଦୁଇରେ ପ୍ରଥମସ୍ଥାନ ବଜାଇରଖି ବର୍ତ୍ତମାନ ଜଟଣୀ ମହାବିଦ୍ୟାଳୟରେ +୩ ଦ୍ଵିତୀୟ ବର୍ଷ ଛାତ୍ରରୂପେ ଅଧୟନ ରତ । ଗତ ତା୨ ରିଖ (ଶୁକ୍ରବାର )ଦିନ କୌଣସି କାରଣରୁ ଘରେ ତାଗିଦ କରାଯାଇଥିଲା । ସେହି ରାଗରେ କାହାକୁ କିଛିନକହି ସମସ୍ତ ସ୍କୁଲ, କଲେଜ ସାର୍ଟିଫିକେଟ, ଦୁଇହଳ ପ୍ୟାଣ୍ଟ /ସାର୍ଟ ଧରି ଏକ ଧଳା ରଙ୍ଗର ଫୁଲ ପ୍ୟାଣ୍ଟ ଏବଂ ମେରୁନ ରଙ୍ଗର ଗଞ୍ଜି ପିନ୍ଧି ସାଇକେଇ ଧରି ସନ୍ଧ୍ୟା ଚାରିଟା ସମୟରେ କେଉଁଆଡେ ଚାଲିଯାଇଛି । ଯିବା ସମୟରେ ନିଜେ ବ୍ୟବହାର କରୁଥିବା vivo ସ୍ମାର୍ଟ ଫୋନ ଘରେ ଛାଡି ଚାଲିଯାଇଛି । ବୟସ ୧୯ ବର୍ଷ, ରଙ୍ଗ ଶାବନା,ଉଚ୍ଚତା ୫'୫ ଇଞ୍ଚ, ରୁଚି ବାଟମିଣ୍ଟନ ଖେଳିବା । ପରିବାର ସଦଶ୍ୟ ବହୁ ଖୋଜାଖୋଜି କରି ଛାତ୍ରଟିର କୌଣସି ଖବର ନପାଇବାରୁ ଗତ ତା୪ ରିଖ(ରବିବାର )ଦିନ ଜଟଣୀ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ । ପରିବାର ପକ୍ଷରୁ ପିଲାଟିକୁ ପାଇବା ଆଶାରେ ଅନେକ ଚେଷ୍ଟା ଜାରି ରଖିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ମେଧାବୀ ଛାତ୍ରଟିର ସନ୍ଧାନ ପାଆନ୍ତି ତେବେ ଦିଆଯାଇଥିବା ଫୋନ ନଂ 7978558094 କିମ୍ବା 97788162 କୁ ଯୋଗାଯୋଗ କରିବେ ।
ଜଟଣୀ --ରଙ୍ଗନାଥ ବେହେରା, ୭/୭/୨୦୨୧---୧୦,୧୦ Sakhigopal News,7/7/2021

