ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ଲକ୍ ଅଫିସ୍ ଆଗରେ ବିକ୍ଷୋଭ
ଜଟଣୀ ---ଆଜି ଦିବା ୧0 ଘଟିକା ସମୟରେ ସର୍ବଭାରତୀୟ କଂଗ୍ରେସ ଦଳ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ନିଷ୍ପତି କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଆଦେଶ କ୍ରମେ ପେଟ୍ରୋଲ, ଡିଜେଲ, ଗ୍ୟାସ, ଡାଲି, ତେଲ ନିତ୍ୟାନ୍ତ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଜଟଣୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଟଣୀ ନଗର, ବ୍ଲକ, ଛାତ୍ର, ଯୁବ କଂଗ୍ରେସ ତରଫରୁ ଘଣ୍ଟ ବଜାଇ ପ୍ରତିବାଦ ସ୍ୱରୂପ ବିକ୍ଷୋଭ ପଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟ ଚିତ୍ର ଲଗାଇ କୁଶ ପୁତ୍ତଳିକା ଦାହ କରାଯାଇଥିଲା । କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହଯୋଗରେ ଜଟଣୀ ନଗର କଂଗ୍ରେସ ତରଫରୁ ଦେଶର ଓ ରାଜ୍ୟର ଉଭୟ ସରକାରଙ୍କୁ ଚେତାବନୀ ସ୍ୱରୂପ ତୁରନ୍ତ ଏହି ଦର ବୃଦ୍ଧିକୁ କମାଇ ଜନସାଧାରଣଙ୍କ ମୁହଁରେ ହସ ନ ଫୁଟାଇଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ, ବ୍ଲକ, ଛାତ୍ର, ଯୁବ କଂଗ୍ରେସ କର୍ମକର୍ତ୍ତା, ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ଛଣଘର ପଞ୍ଚାୟତ ସରପଞ୍ଚ ସୁନୀଲ ରାଉତରାୟ, ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ରାଉତରାୟ, କଳିଙ୍ଗ ସାହୁ, ବୃନ୍ଦାବନ ସାହୁ, ସମେତ ଅନେକ କଂଗ୍ରେସ କର୍ମୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥଲେ ।
ଜଟଣୀ --ରଙ୍ଗନାଥ ବେହେରା ,୭/୭/୨୦୨୧---୧୦,୦୦ Sakhigopal News 7/7/2021




