ads

Breaking News

ପୂର୍ବତନ ପିସିସି ସମ୍ପାଦକଙ୍କ ମାତୃ ବିୟୋଗ


 ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ଉଦୟପୁର ଗ୍ରାମର ପୂର୍ବତନ ପିସିସି ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କ ମାତୃ ବାସନ୍ତୀ ପଟ୍ଟନାୟକ (୭୫) ପରଲୋକ ଘଟିଯାଇଛି । ବାସନ୍ତୀ ଦେବୀ ଦୀର୍ଘଦିନ ଧରି ରୋଗାକ୍ରାନ୍ତ ଥିଲେ । କଟକ ଏସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ସ୍ୱାମୀ ତ୍ରିପୁର କିଶୋର ପଟ୍ଟନାୟକ, ପୁଅ ଜ୍ଞାନ ରଞ୍ଜନ ପଟ୍ଟନାୟକ, ମାନସ ରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ ପଟ୍ଟନାୟକ, ହୃଦୟ ରଞ୍ଜନ ପଟ୍ଟନାୟକ, ବୋହୁ ସ୍ନିଗ୍ଧା ପଟ୍ଟନାୟକ,ମାମିନା ପଟ୍ଟନାୟକ, ବିଚାରପତି ସୌଦାମିନୀ   ବିଶ୍ୱାଳ ପଟ୍ଟନାୟକ, ଟୁନି ପଟ୍ଟନାୟକ,ମିଲୁ ପଟ୍ଟନାୟକ,ଲୁସି ପଟ୍ଟନାୟକଙ୍କ ସହିତ ନାତି ରାଜା, ରାନୀ,ଶ୍ରିୟୁ ପରିବାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି ଖବର ପ୍ରସାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ଶେଷ ହୋଇଛି । ପୁଅ ଜ୍ଞାନରଞ୍ଜନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୧----୬,୩୫ 

ads

Blog Archive