ads

Breaking News

ଧାରଣା ରତ ଚାଷୀଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ


ନୂଆଦିଲ୍ଲୀ,------- ଦିଲ୍ଲୀ ସିଂଘୁ ସୀମାରେ ଧାରଣାରତ ଚାଷୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଶୁକ୍ରବାର ଞ୍ଚଆଉ ଏକ ମାମଲା ରୁଜୁ କରିଛି। ଧାରଣାସ୍ଥଳରେ ସାମାଜିକ ଦୂରତା ମାନିନଥିବା ଅଭିଯୋଗରେ ପୁଲିସ ଏହି ମାମଲା ରୁଜୁ କରିଛି। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୁଲିସ ଚାଷୀମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସେହିପରି ସଂଘୁ ସୀମାରେ ନେତୃତ୍ୱ ନେଉଥିବା ୨ ଆଇପିଏସ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଆଇସୋଲେସନରେ ରଖା  ଯାଇଛି। ସେହିପରି ଧାରଣାସ୍ଥଳରେ ଅନ୍ୟ ଅଧିକାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଭାରତୀୟ କିଷାନ ୟୁନିଅନ। ସଂସଦରେ ପାରିତ ହୋଇଥିବା ବିଲକୁ ରଦ୍ଧ କରିବାକୁ ଆବେଦନ ହୋଇଛି। ଅନ୍ୟପଟେ ୧୬ ଦିନରେ ପହଞ୍ଚିଛି ଚାଷୀମାନଙ୍କ ଧାରଣା। ଧୀରେନ୍ଦ୍ର ସେନାପତି,୧୧/୧୨/୨୦୨୦-----୧୧,୦୭

ads

Blog Archive