ads

Breaking News

ଓଲଟିଥିବା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ; ୨ ମୃତ, ୨ ଗୁରୁତର


କଳାହାଣ୍ଡି,------ -କଳାହାଣ୍ଡି ଜିଲ୍ଲା ଟିକିରି ଥାନା କାଳିଆପଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସେଠାରେ ଓଲଟି ପଡ଼ିଥିବା ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ୪ ଜଣ ଶ୍ରମିକ ଆନ୍ଧ୍ରର ଶ୍ରୀକାକୁଲମକୁ ଫେରୁଥିଲେ। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ ଜଣ ତାହା ତଳେ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର ଉଦ୍ୟମ କରୁଥିଲେ ଅନ୍ୟ ୨ ଶ୍ରମିକ। ଏହି ସମୟରେ ଆଉ ଏକ ଟ୍ରକ୍ ଆସି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଓ ପୁଲିସ ଦ୍ୱାରା ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ପୁଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଟିକିରି ଥାନା ପୁଲିସ‌ ପହଞ୍ଚି ଟ୍ରକ୍ ଓ ଟ୍ରାକ୍ଟରକୁ ଜବତ କରି ତନାଘନା ତଦନ୍ତ ଚଳାଇଛି। ଧୀରେନ୍ଦ୍ର ସେନାପତି , ୧୧/୧୨୨୦୨୦------ ୧୧,୦୫

ads

Blog Archive