ads

Breaking News

ଏଲୁରୁ ସହରରେ ଅଜଣା ରୋଗର ଆତଙ୍କ


ବିଶାଖାପାଟଣା ----- ଦେଶରେ ବର୍ତ୍ତମାନ କରୋନା ଭୂତାଣୁ ସମସ୍ତଙ୍କ ଚିନ୍ତାର ବିଷୟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରୁ ସହରରେ ଆଉ ଗୋଟେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। ଏହି ସହରରେ ୫ ଦିନ ମଧ୍ୟରେ ୫ ଶହରୁ ଅଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେଣି। କେତେଜଣ ବାରମ୍ବାର ଫିଡସର ଶିକାର ହେଉଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର କାରଣର ପତ୍ତା କରିବା ପାଇଁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସଂସ୍ଥାର ବିଶେଷଜ୍ଞ ଟିମ୍ ଅନୁସନ୍ଧାନ ଚଳାଇଛନ୍ତି।ଏଥିରେ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀମାନଙ୍କ ଭିତରେ କେତେକଙ୍କ ମୁଣ୍ଡ ବିନ୍ଧୁଛି, କେତେକଙ୍କ ଆଖି ପୋଡ଼ୁଛି, କେତେକଙ୍କ ବାନ୍ତି ହେଉଛି, କେତେକ ଅଚେତ ମଧ୍ୟ ହୋଇପଡ଼ୁଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ କେତେକ ରୋଗୀଙ୍କୁ ଏଲୁରୁ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବା ବେଳେ ଗୁରୁତର ମାନଙ୍କୁ ବିଜୟୱାଡା ଓ ଗୁଣ୍ଟୁରକୁ ପଠାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

 ଧୀରେନ୍ଦ୍ର ସେନାପତି,୧୧/୧୨/୨୦୨୦-----୧୧,୧୦

ads

Blog Archive