ସାକ୍ଷୀଗୋପାଳରେ ଏ ବର୍ଷର ପ୍ରଥମ ଘନ କୁହୁଡି
ସାକ୍ଷୀଗୋପାଳ ------ସାକ୍ଷୀଗୋପାଳରେ ଗୁରୁବାର ରାତିରୁ ଘନ କୁହୁଡି ଲାଗି ରହିଥିଲା । ଫଳରେ ଟପ ଟପ କରି କାକର ବର୍ଷା ହୋଇଥିଲା । ଏପରିକି ମୁହଁକୁ ମୁହଁ କିଛି ଦିଶୁନଥିଲା । ରାସ୍ତା ଘାଟ ଯେଉଁ ଆଡେ ଅନାଇବ ସିଆଡେ ଘନ କୁହୁଡି । ଯାହା ଫଳରେକି ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥରେ ଗାଡି ମଟର ଯିବା ଆସିବାରେ ବ୍ୟାଘ୍ତ ସୃଷ୍ଟି ହୋଇଥିଲା । ଗାଡି ମଟର ଗୁଡିକ ଲାଇଟି ଲଗାଇ ୨୦ରୁ ୩୦ କିଲୋମିଟର ବେଗରେ ଯାଉଥିବାର ଦେଖାଯାଇଥିଲା । ଏ ବର୍ଷର ପ୍ରଥମ ଘନ କୁହୁଡି ବର୍ଷା ବୋଲି ଲୋକମାନେ ଆଲେଚନା କରୁଥିଲେ । ଏହା ପ୍ରାୟ ସକାଳ ୯.୩୦ ପର୍ଯ୍ୟନ୍ତ ରହିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୦----୮,୪୦



