ads

Breaking News

ସିମେଣ୍ଟ ଧୁସରେ ଅତିଷ୍ଠ ବ୍ୟବସାୟୀ ଓ ଜନସାଧାରଣ


  ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ରତ୍ନଚିରା ବ୍ରିଜ ନିକଟରୁ ଅଳଗୁମ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇଛି । ବିଶେଷ କରି ଚନ୍ଦପୋଖରୀ ନିକଟରୁ ଦୋଳବେଦୀ ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏ  ପାଶ୍ୱର୍ ସିମେଣ୍ଟ ଡଳେଇ ରାସ୍ତା ନିର୍ମାଣ କରାଯାଇଛି । ଏହା ପ୍ରଥମରୁ ନିମ ମାନର ବୋଲି ଜଣାପଡିଛି । ଏବେ ଯେଉଁ ସିମେଣ୍ଟ ରାସ୍ତା କରାଯାଇଛି ତାହା ଉପରେ ଗାଡି ମଟର ଯିବା ଆସିବା କରିବା ଯୋଗୁ ରାସ୍ତାରୁ ସିମେଣ୍ଟ ପାଉଡର ଉଡିବା ଯୋଗୁ ରାସ୍ତା କରରେ ଥିବା ବ୍ୟବସାୟୀ ଓ ଘର ଗୁଡିକ ସିମଣ୍ଟେ ପାଉଁଶରେ ଭର୍ତ୍ତି ହୋଇଯାଇଛି । ଅଭିଯୋଗ କରିବାପରେ ଠିକାଦାର ଦୁଇ ତିନିଦିନ ରାସ୍ତା ଉପରେ ପାଣି ପକାଇଲା ତା ପରେ ଆଉ ପାଣି ପକାଇଲା ନାହିଁ । ଯାହା ଫଳରେକି ଉକ୍ତ ରାସ୍ତା ଉପରେ ଗାଡି ମଟର ଯିବା ଆସିବା କରିବା ମାତ୍ରେ ସିମେଣ୍ଟ ଧୁସ ଗୁଡିକ ଗାଡି ପଛରେ ଉଡିକି ଯାଉଛି ଯାହା ଫଳରେକି ରାସ୍ତାରେ ଯାଉଥିବା ଲୋକମାନେ ଧୁଳି ଧୂଷରେ ଅଣନିଶ୍ୱାସି ହୋଇଯାଉଛନ୍ତି । ଏହି ଧୂଷ ଏବେ ମହାମାରୀ କରୋନା ପାଇଁ  ସହଯୋଗ କରୁଛି ବୋଲି ବୁଦ୍ଧିିଜିବୀ ମାନେ କହନ୍ତି । ଏହି ଧୂଷରୁ ଜନସାଧାରଣ ଓ ବ୍ୟବସାୟୀଙ୍କୁ ମୁକ୍ତ କରିବା ପାଇଁ  ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୨/୨୦୨୦, ୮.୪୦

ads

Blog Archive