ads

Breaking News

ଗାଁ କଲ୍ୟାଣ ସମିତି ପକ୍ଷରୁ ପାଲା ମାଧ୍ୟମରେ ସଚେତନତା


 ଡେଲାଙ୍ଗ-------ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତ ଅଧିନସ୍ଥ ଗାଁ କଲ୍ୟାଣ ସମିତି ସାଉରିଆ ପକ୍ଷରୁ ପାଲା ମାଧ୍ୟମରେ  ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମକୁ ପାଲା ଗାୟକ ବସନ୍ତ କୁମାର ମହାରଣା ଓ ସାଥିମାନେ ପାଲାପରିବେଷଣ କରିଥିଲେ । ଡେଙ୍ଗୁ,ମ୍ୟାଲେରିଆ ,ଡାଇରିଆ ଓ ମହାମାରୀ କରୋନା ପରି ରୋଗକୁ କିପରି ନିରାକରଣ କରାଯାଇ ପାରିବ ତା ଉପରେ ଜନ ସଚେତନତା ର ବାର୍ତ୍ତା ଦେଇଛନ୍ତି । ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ବ୍ୟବହାର କରିବା, ହାତ ବାରମ୍ବାର ସାବୁନରେ ଧୋଇବା,  ମଶାରି ଟାଙ୍ଗି ଶୋଇବା, ଜ୍ୱର, ଥଣ୍ଡା, ଝାଡା, ବାନ୍ତି ଆଦି ରୋଗ ଦେଖାଦେଲେ ତୁରନ୍ତ ଅଙ୍ଗନୱାଡି, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଦରକାର ବୋଲି ପାଲା ମାଧ୍ୟମରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ କୁନିମଣି ରାଉତରାୟ ଅତିଥି ଭାବେ ଯୋଗଦେଇଥିଲେ ।  ଅଙ୍ଗନୱାଡି କର୍ମି ବିଷ୍ଣୁ ପ୍ରିୟା ରାଉତରାୟ, ଆଶାକର୍ମି ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି , ୧୦/୧୨/୨୦୨୦---- ୧୦,୦୦

ads

Blog Archive