ads

Breaking News

ଝାରସୁଗୁଡ଼ାରେ ନିଧଡକରେ ଚାଲିଛି ବାରହା ଶିକାର


ଝାରସୁଗୁଡ଼ା------- ଝାରସୁଗୁଡ଼ା ଜିଲ୍ଲାରେ  ନିଧଡକରେ ବାରହା ଶିକାର ଚାଲିଛି । ଏସମ୍ପର୍କରେ ବନ ବିଭାଗ ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଜାମମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଠୁରଲୁପାଏନ ଜଙ୍ଗଲରେ ଦେଖିବାକୁ ମିଳିଛି। ଏହି ଜଙ୍ଗଲରେ ଶିକାରୀମାନେ ଗତ ୩-୪ ଦିନ ପୂର୍ବରୁ ଗୋଟିଏ ବାରାହକୁ ମାରି ତା’ ମୁଣ୍ଡକୁ କାଟି ନେଇଥିବାବେଳେ ମୃତ ଶରୀରକୁ ଛାଡ଼ି ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବନ ବିଭାଗର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜାମମାଲ ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏହି ବାରହାକୁ ଦୁର୍ବୃତ୍ତମାନେ ବନ୍ଧୁକରେ ମାରିଥିବାବେଳେ ହାତୀ ଦାନ୍ତ ତସ୍କରି କଲା ଭଳି ବର୍ତ୍ତମାନ ବାରହ ଦାନ୍ତକୁ ଏକ ପ୍ରକାର ତସ୍କରି କରାଯାଉଛି। ଏହି ତସ୍କରିରେ ବର୍ତ୍ତମାନ ଗୋଟିଏ ବଡ଼ ଦଳ  ସମ୍ପୃକ୍ତ ଥିବାରୁ ବନ ବିଭାଗ ହୁଏତ କୌଣସି ପଦକ୍ଷେପ ନେଉନାହିଁ ବୋଲି  ଶୁଣିବାକୁ ମିଳୁଛି । ବନ ସୁରକ୍ଷା ସମିତିର ଏନିମେଟର ମିତ୍ରଭାନୁ ବୁଦୁଲା ଫରେଷ୍ଟଗାର୍ଡ ଦୁବରାଜଙ୍କୁ ଏହି ଘଟଣା ବିଷୟରେ ସୂଚନା ଦେଇଥିବା ବେଳେ ବନ ବିଭାଗ ଘଟଣାସ୍ଥଳକୁ ପହଞ୍ଚିବାରେ ବିଳମ୍ବ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଶୀଘ୍ର ଶିକାରୀଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ଏନେଇ ଅଧିକ ସୂଚନା ପାଇଁ ଡିଏଫଓଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇ ପାରିନାହିଁ ।

ଧୀରେନ୍ଦ୍ର ସେନାପତି,୧୦/୧୨/୨୦୨୦-----୮,୨୫

ads

Blog Archive