ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍-ସିଜିନ -୬ ; ବରୁଣେଇ ରୟାଲ୍ସ ଓ ସୋମନାଥ ଫାଇଟର ବିଜୟୀ
ଡେଲାଙ୍ଗ ----- ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ୍ ସିଜିନ-୬ ମ୍ୟାଚ ସୋମନାଥ ଷ୍ପୋଟିଂ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ୨ୟଦିବସରେ ବ୍ଲୁ ଡାଇମଣ୍ଡ ଦଳ ସହିତ ବରୁଣେଇ ରୟାଲ ଦଳ ସହିତ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି ନିଷ୍ପତି ନେଇ ବରୁଣେଇ ରୟାଲ ଦଳ ୨୦ ଓଭରରେ ୮ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲା । ତାର ଜବାବରେ ବ୍ଲୁ ଡାଇମଣ୍ଡ ଦଳ୨୦ ଓରେ ୮ଉଇକେଟ ହରାଇ ୧୫୦ ରନ କରିଥିଲେ ।ଏହି ମ୍ୟାଚଟିକୁ ବରୁଣେଇ ରୟାଲ ୧୭ ରନରେ ବିଜୟୀ ହୋଇଛନ୍ତି । ସେହିପରି ଅନ୍ୟତମ ୨ୟ ମ୍ୟାଚଟି ଷ୍ପୋଟିଙ୍ଗ୍ କ୍ଲବ ସହିତ ସୋମାନଥ ଫାଇଟର କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ସ୍ଫୋଟିଙ୍ଗି କ୍ଲବ ପ୍ରଥମେ ବ୍ୟାଟିଂ କରି ୧୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଥିଲେ । ତାର ଜବାବରେ ସୋମାନାଥ ଫାଇଟର ୮.୫ ବଲରେ ୩ଉଇକେଟ ହରାଇ ୭୫ ରନ ସଂଗ୍ରହ କରି ନେଇଥିଲେ । ଏହି ମ୍ୟାଚକୁ ସୋମନାଥ ଫାଇଟର ୭ ଉଇକେଟ ରେ ବିଜୟୀ ହୋଇଥିଲା । ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ ସିଜିନ୬ ମ୍ୟାଚକୁ ସୋମନାଥ ଷ୍ଫୋଟିଙ୍ଗ ପକ୍ଷରୁ ଆୟୋଜନ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧୨/୨୦୨୦---୯,୩୦



