ads

Breaking News

ରାମଚରିତ ନବାହ୍ନ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳରାମପୁର ଗଡ ଗ୍ରାମପଞ୍ଚାୟତର ଶ୍ରୀରାମ ବଜାର ମହାବୀର  ମନ୍ଦିର ପ୍ରାଙ୍ଗଣରେ ୩୫ତମ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଓ ବିଶ୍‌ôଶାନ୍ତ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କୋଭିଡ- ୧୯ ଆଇନ ଅନୁଯାୟୀ  କାର୍ଯ୍ୟକ୍ରମ କରାଯାଇଥିଲା । ବୁଢ଼ାକେରା ଗ୍ରାମବାସୀ ଓ ଶ୍ରୀରାମ ବଜାର କମଟି ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଓ କର୍ତ୍ତୀ ଭାବେ ଶ୍ରୀକାନ୍ତ ଦାଶ  ଓ ବୀଣାପାଣି ଦାଶ ରହିଥିବା ବେଳେ ବ୍ୟାସ ପଦ୍ମ ଚରଣ ଦାସ ମହାରଜା କାର୍ଯ୍ୟ ତୁଲାଇଥିଲେ । ମହାବୀର ମନ୍ଦିର ପୂଜକ  ବାଇଧର ନନ୍ଦ, ଚିତ୍ତିରଞ୍ଜନ ନନ୍ଦ ଓ ବଜାର କମିଟିର ସଭାପତି ଶ୍ରୀଧର ପ୍ରଧାନ ଓ ବ୍ୟବସାୟୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି ଅବସରରେ ପ୍ରସାଦ ବଣ୍ଟନ କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୨/୨୦୨୦---୯,୩୦

ads

Blog Archive