ହରିରାଜପୁରରେ ମାଗଣା ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର
ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ଅଧିନସ୍ଥ ହରିରାଜପୁର ପଞ୍ଚାୟତର ପଞ୍ଚୁଦୋଳ ମେଳଣ ପଡିଆରେ ଏକ ମାଗଣା ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ହରିରାଜପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରସନ୍ନ ମହାରଥି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦନ୍ତ ବିଶେଷଜ୍ଞ ଡା. ସୁଚିସ୍ମିତା ସିଂହ,ଡା.ପ୍ରଜ୍ଞା ପରମିତା ସାହୁ ଶୁଭମ ଶତପଥି,ରାଜକମଲ ପ୍ରଧାନ,ରାଜଦିପ ବେହେରା ଙ୍କ ସହିତ ଚକ୍ଷୁ ବିଶେଷଜ୍ଞ ଡା.ଅମ୍ରତି ପ୍ରିତମ ଶତପଥି ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏହି ଶିବିରକୁ ଆଖପାଖ ଅଞ୍ଚଳରୁ ୮୧ ଜଣ ଦନ୍ତ ଓ ଚକ୍ଷୁ ରୋଗୀ ଚିକିତ୍ସା ହୋଇଥିଲେ । ଏଲ୍ଏସ୍ଆର ସୁଶାନ୍ତ କୁମାର ମହାନ୍ତି,ମାର୍କେଟିଙ୍ଗ୍ ଆଲୋକ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ସେବା ଶିବିରକୁ ଆୟୋଜନ କରିଥିଲେ ସୋମନାଥ ଷ୍ଫୋଟିଙ୍ଗ କ୍ଲବ ହରିରାଜପୁର । ସନ୍ତୋଷ ପୁଷ୍ଟି, ରାକେଶ କୁମାର ପ୍ରଧାନ,ଦିପକ ମହାରଥି ପ୍ରମୂଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧୨/୨୦୨୦---୯,୩୦



