ଉନବିଂଶତମ ରାମପରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମରେ ଥିବା ମହାବୀର ମନ୍ଦିର ପ୍ରାଙ୍ଗଣରେ ୧୯ ତମ ରାମଚରିତ ମାନସ ନବାହ୍ନ ପରାୟଣ ପ୍ରବଚନ ଓ ବିଶ୍ୱଶାନ୍ତି ମହାଯଜ୍ଞ ବୁଧବାର ପୂର୍ଣ୍ଣାହୁତି ହୋଇଯାଇଛି । କୋଭିଡ-୧୯ ଆଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞ ସହିତ ରାଜ୍ୟରୁ ମହାମାରୀ କରୋନା ଦୂର ହେବା ପାଇଁ ଅଗ୍ନିକୁଣ୍ଡରେ ୧୦୮ ଘୃତ ଆହୂତି ପ୍ରଦାନ କରାଯାଇଥିଲା । କର୍ତ୍ତା କତ୍ତୀ ଭାବେ ପଞ୍ଚାନନ ପଣ୍ଡା, ମମତା ପଣ୍ଡା କାର୍ଯ୍ୟ ତୁଳାଇଥିବା ବେଳେ ବ୍ୟାସ ରାମଚନ୍ଦ୍ର ମିଶ୍ର ପ୍ରବଚନ ପ୍ରଦାନ କରିଥିଲେ । ବାଗଲପୁର ଗ୍ରାମବାସୀ ମାନେ ସମସ୍ତ ସହଯୋଗ କରିଥିଲେ ।ଏହି ଅବସରରେ ଗ୍ରାମର ସମସ୍ତଙ୍କ ଘର ଅଗାରେ ପୂର୍ଣ୍ଣକୁମ୍ଭ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୯/୧୨/୨୦୨୦---୮,୨୬



