ads

Breaking News

ସାକ୍ଷୀଗୋପାଳ ପ୍ରସ୍ତାବିତ ରେଳୱ ଓଭରବ୍ରିଜ ୱାକର୍ସ ସେକ୍ରେଟାରୀଙ୍କ ପ୍ରାଥମିକ ସର୍ଭେ କଲେ


 ସାକ୍ଷୀଗୋପାଳ----- ୩୧୬ ନଂ ଜାତୀୟ ରାଜପଥରୁ ସାକ୍ଷୀଗୋପାଳ ମନ୍ଦିର ରାସ୍ତାରେ ଏକ ରେଳ ଲେବୁଲ କ୍ରସିଂ ରହିଛି । ଯାହା ଫଳରେକି ସବୁ ସମୟରେ ଲୋକମାନେ ନାନା ହଇରାଣ ଭୋଗୁଛନ୍ତି । ଏହାକୁ ନଜର କରି ଏଠାରେ ଓଭରବ୍ରିଜ ନିର୍ମାଣ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ସରିଛି । ମାତ୍ର କେତେକ କାରଣ ଯୋଗୁ ଏହି ଓଭର ବ୍ରିଜ ନିର୍ମାଣ କାମ ଅନେକ ଦିନ ଅଟକି ରହିଥିଲା । ବୁଧବାର ସକାଳ ୯ଟାରେ ୱାର୍କସ ସେକ୍ରେଟାରୀ କିଷାନ କୁମାର ଓ ସହକାରୀ ୱାର୍କସ ସେକ୍ରେଟାରୀ ବିମଳେନ୍ଦୁ ରାୟ ରେଳ ଲେବୁଲକ୍ରସଂ ଠାରୁ ଉଭୟପାଶ୍ୱର୍ ବୁଲିକି ସର୍ଭେ କରିଥିଲେ । ଓଭରବ୍ରିଜ ନିର୍ମାଣ ପାଇଁ ୮୫ ଫୁଟ ଚଉଡା ରାସ୍ତା ଦରକାର ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ମାପ କରି ଦେଖାଇଥିଲେ । ଯାହାକି ସରକାରୀ ଯାଗା ସବୁ ଯାଗାରେ ଏତେ ପରିମାଣର ନାହିଁ । କେତେକ ଯାଗାରେ ବେସରକାରୀ ଯାଗା ରହିଛି ବୋଲି ଶ୍ରୀ କୁମାରଙ୍କୁ ସତ୍ୟବାଦୀ ତହସିଲ ପକ୍ଷରୁ ଜଣାଇ ଦିଆଯାଇଥିଲା ।  ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧି, ନିର୍ବାହୀଯନ୍ତ୍ରୀ ଗିରିଶି ଚନ୍ଦ୍ର ରାୟ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ମହାନ୍ତି ଓ କନିଷ୍ଠଯନ୍ତ୍ରୀ ମନୋଜ କୁମାର ନାୟକଙ୍କ ସହିତ  ସତ୍ୟବାଦୀ ତହସିଲଦାର ମନୋଜ ନାୟକ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି ମାପଚୁପ ଦେଖି କେତେକ ବ୍ୟବସାୟୀଙ୍କ ମନରେ ଭୟସୃଷ୍ଟି ହୋଇଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୯/୧୨/୨୦୨୦---୮,୨୬

ads

Blog Archive